ହତୀ ଆକ୍ରମଣ​‌ରେ ମହିଳା ମୃତ, ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

.

Published On: Nov 18, 2017 04:22 PM IST |   208

 

ଢେଙ୍କାନାଳ: ଓଡପଡା ବ୍ଳକ୍ ଅନ୍ତର୍ଗତ ନିମିଡା ଗାଁରେ ଜଣେ ମହିଳା ଗତକାଲି ରାତିରେ ହତୀ ଆକ୍ରମଣ​‌ରେ ପ୍ରାଣ ହରାଇଥିଲେ । ଏହାକୁ ନେଇ ସ୍ଥାନୀୟ ବାସନ୍ଦ ଆଜି ରାସ୍ତାରୋକ କରିବା ସହ ରାସ୍ତା ମଝିରେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବଳପୂର୍ବକ ଘଉଡାଇ ଦେଇଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ହାତୀ ପଲଙ୍କ ପାଦୁର୍ଭାବ ବଢିବାରେ ଲାଗିଛି । କେତେବେଳେ ହାତୀପଲ ରାସ୍ତା ଉପରକୁ ଆସି ରାସ୍ତା ଅବରୋଧ କରୁଛନ୍ତି ତ ଆଉ କେତେବେଳେ ଗାଁରେ ପଶି ଫସଲ ଓ ଘର ଦ୍ବାରା ନଷ୍ଟ କରୁଛନ୍ତି । ସ୍ଥାନୀୟ ଅଞ୍ଚଳରେ ଅନେକ ଲୋକଙ୍କୁ ହାତୀ କଚାଡି ମାରିଥିବା ମଧ୍ୟ ଦେଖିବାକୁ ମିଳିଛି । ଏନେଇ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ନେଇ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଛନ୍ତି ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।