ଡିସେମ୍ବର ୩୧ ସୁଦ୍ଧା ଫସଲ ବୀମା ପଞ୍ଜୀକରଣ

ଆଖୁ, ପିଆଜ, ସୂର୍ଯ୍ୟମୁଖୀକୁ ମିଶାଇ ମୋଟ ୯ ଫସଲ ହେବ ବୀମାଭୁକ୍ତ

Copy Editor AH | Published On: Nov 17, 2017 12:59 AM IST |   213

ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ଡ଼ିସେମ୍ବର ୩୧ ସୁଦ୍ଧା ରବି ଫସଲ ବୀମା ପଞ୍ଜୀକରଣ କରାଯିବ । ଏହା ସହ ଆଖୁ, ପିଆଜ, ସୂର୍ଯ୍ୟମୁଖୀକୁ ମିଶାଇ ମୋଟ ୯ ଫସଲ ବୀମାଭୁକ୍ତ ହେବ । ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ଏହା ସହ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲହାନି କ୍ଷେତ୍ରରେ ଚାଷୀଙ୍କୁ ସୁରକ୍ଷା ଦେବାକୁ ବୀମା ସଂକ୍ରାନ୍ତରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ । ସମବାୟ ବିଭାଗ ସଚିବ ରଞ୍ଜନା ଚୋପ୍ରାଙ୍କ ସୂଚନା ଅନୁସାରେ ଗତ ରବି ଋତୁରେ ୫୫୨୪୧ ଚାଷୀ ଓ ୬୧ଲକ୍ଷ ହେକ୍ଟର ଫସଲକୁ ବୀମାଭୁକ୍ତ କରାଯାଇଥିଲା । ଏଥିପାଇଁ ୬.୪୧ କୋଟି ଟଙ୍କାର ପ୍ରିମିୟମ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଅଧିକ ଅଣଋଣୀ ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ହୋଇଛି । ପୂର୍ବରୁ ଧାନ, ବାଦାମ, ସୋରିଷ, ଆଳୁ, ବିରି, ମୁଗ ଆଦି ୬ଟି ଫସଲ ବୀମାଭୁକ୍ତ ହୋଇଥିଲା ଏବଂ ଏବେ ଆଖୁ, ପିଆଜ ଓ ସୂର୍ଯ୍ୟମୁଖୀକୁ ଏଥିରେ ସାମିଲ କରାଯାଇଛି । ବୀମା ପ୍ରିମିୟମର ୧.୫% ଚାଷୀ ପଇଠ କରିବେ ଓ ଅବଶିଷ୍ଟ ସରକାର ବହନ କରିବେ ବୋଲି ଶ୍ରୀମତୀ ଚୋପ୍ରା କହିଛନ୍ତି ।
Tags:

Like Us

Breaking News

ଜୟପୁର: ପ୍ରବୀଣ ତୋଗାଡିଆଙ୍କ ସମ୍ବାଦିକ ସମ୍ମିଳନୀ, ‘କହିଲେ ମୋ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଥିଲା’ ଆଫଗାନିସ୍ତାନ: କାବୁଲସ୍ଥିତ ଭାରତୀୟ ଦୂତାବାସ ଉପରକୁ ରକେଟ ମାଡ଼, ସାମାନ୍ୟ କ୍ଷୟକ୍ଷତି ସୂଚନା ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ମ୍ୟାଚରେ ବର୍ଷା ବାଧକ, ଖେଳ ବିଳମ୍ବ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକା ୬୮/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୨ୟ ଟେଷ୍ଟର ୩ ଦିନ, ଦ୍ବିତୀୟ ଇନଂସରେ ଦକ୍ଷିଣ ଆଫ୍ରିକାର ୨ ୱିକେଟର ପତନ, ଦକ୍ଷିଣ ଆଫ୍ରିକା ୧୦/୨ ।