ଜେଟଲୀଙ୍କ ଇସ୍ତଫା ଦାବି କଲେ ଯଶବନ୍ତ

ଜେଟଲୀଙ୍କ ଇସ୍ତଫା ଦାବି କଲେ ଯଶବନ୍ତ

Copy Editor RKD | Published On: Nov 15, 2017 01:09 AM IST | Updated On: Nov 15, 2017 01:11 AM IST |   397

ଅହମ୍ମଦାବାଦ : ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଯଶବନ୍ତ ସିହ୍ନା ପୁଣିଥରେ ବର୍ତ୍ତମାନର କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ କଟୁ ସମାଲୋଚନା କରିବା ସହ ତାଙ୍କ ଇସ୍ତଫା ଦାବି କରିଛନ୍ତି । ଜିଏସ୍‌ଟିର ବିଫଳତାକୁ ନେଇ ଅରୁଣ ଜେଟଲୀ ତୁରନ୍ତ ଇସ୍ତଫା ଦେବା ଆବଶ୍ୟକ ବୋଲି ଯଶବନ୍ତ କହିଛନ୍ତି । ମୋଦି ସରକାରଙ୍କ ଆର୍ଥିକ ନୀତି ଉପରେ ଟିପ୍ପଣୀ ଦେଇ ଯଶବନ୍ତ କହିଥିଲେ ଯେ ସରକାର ସବୁ ବିଷୟମକୁ ତର୍ଜମା ନକରି ଜିଏସ୍‌ଟି ବ୍ୟବସ୍ଥାକୁ ଲାଗୁ କରିଛନ୍ତି । ଏହାସହ ବିମୁଦ୍ରାୟନ, ଜିଏସ୍‌ଟି ଲୋକଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଇଛି ବୋଲି ଯଶବନ୍ତ କହିଥିଲେ । ତେଣୁ ଅରୁଣଙ୍କ ଇସ୍ତଫା ଦାବି କରିବାକୁ ଲୋକଙ୍କ ପୂର୍ଣ୍ଣ ହକ୍ ବା ଅଧିକାର ରହିଛି ବୋଲି ସେ କହିଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।