ଅଭିନେତ୍ରୀ ଶ୍ୟାମାଙ୍କ ପରଲୋକ

ଅଭିନେତ୍ରୀ ଶ୍ୟାମାଙ୍କ ପରଲୋକ

Copy Editor RKD | Published On: Nov 15, 2017 12:56 AM IST |   257

ମୁମ୍ବଇ : ବଲିଉଡର ବିଗତ ଦିନର ଅଭିନେତ୍ରୀ ଶ୍ୟାମାଙ୍କର ମଙ୍ଗଳବାର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ବର୍ଷ ହୋଇଥିଲା । ୧୯୩୫ ଜୁନ୍‌ ୭ରେ ଜନ୍ମ ଗ୍ରହଣ କରିଥିବା ଶ୍ୟାମା ଚଳଚ୍ଚିତ୍ର ‘ଆର ପାର’, ‘ବରସାତ କି ରାନି’, ‘ତରାନା’ରେ ନିଜର ଅଭିନୟ ପାଇଁ ବେଶ ଚର୍ଚ୍ଚିତ ଥିଲେ । ଜୀବନ କାଳ ମଧ୍ୟରେ ସେ ପ୍ରାୟ ୧୪୦ଟି ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାବି’ ଓ ‘ଛୋଟି ବେହେନ’ ବକ୍ସ ଅଫିସରେ ରେକର୍ଡ କରିଥିଲା । ତାଙ୍କ ପିଲାଦିନର ନାମ ଖୁର୍ସିଦ ଅଖତାର ଥିଲା । ୧୯୫୩ରେ ସେ କୋରିଓଗ୍ରାଫର ଫଲି ମିସ୍ତ୍ରୀଙ୍କୁ ବିବାହ କରିଥିଲେ । ତାଙ୍କ ଦୁଇପୁଅ ଓ ଗୋଟିଏ ଝିଅ ଅଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।