ଖାଦ୍ୟ ସାମଗ୍ରୀ, ଇନ୍ଧନ ହେଲା ମହଙ୍ଗା

ପାଇକାରୀ ମୁଦ୍ରାସ୍ଫୀତି ୬ ମାସରେ ସର୍ବୋଚ୍ଚ ସ୍ତର ୩.୫୯%

Copy Editor | Published On: Nov 15, 2017 12:18 AM IST |   850

ନୂଆଦିଲ୍ଲୀ: ଦେଶରେ କେତେକ ଖାଦ୍ୟ ସାମଗ୍ରୀ ଏବଂ ଇନ୍ଧନ ମୂଲ୍ୟରେ ବୃଦ୍ଧି ଯୋଗୁ ଅକ୍ଟୋବରରେ ପାଇକାରୀ ମୂଲ୍ୟ ସୂଚୀଭିତ୍ତିକ (ଡବ୍ଲ୍ୟୁପିଆଇ) ମୁଦ୍ରାସ୍ଫୀତି ୬ମାସର ସର୍ବୋଚ୍ଚ ସ୍ତର ୩.୫୯%କୁ ବୃଦ୍ଧିି ଘଟିଛି । ସେହିଭଳି ଅକ୍ଟୋବରରେ ଦେଶର ରପ୍ତାନିରେ ହ୍ରାସ ଘଟିଛି, ଯାହାକି ବିତ୍ତୀୟ ନିଅଣ୍ଟରେ ବୃଦ୍ଧିି ଘଟାଇଛି । ସେପ୍ଟେମ୍ବରରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୨.୬୦% ରହିଥିବାବେଳେ ଗତବର୍ଷ ଅକ୍ଟୋବରରେ ଏହା ୧.୨୭% ରହିଥିଲା । ଶେଷ ଥର ପାଇଁ ଚଳିତବର୍ଷ ଏପ୍ରିଲ ପରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ଏଭଳି ସର୍ବୋଚ୍ଚ ସ୍ତରରେ ରହିଛି । ଏପ୍ରିଲରେ ଏହା ୩.୮୫% ରହିଥିଲା । ମିଳିଥିବା ସରକାରୀ ତଥ୍ୟାନୁଯାୟୀ, ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତିରେ ଦୁଇ ଗୁଣରୁ ଅଧିକ ବୃଦ୍ଧି ଘଟି ତାହା ୪.୩୦% ରହିଛି । ଏହି ସମୟରେ ପିଆଜ ମୂଲ୍ୟରେ ୧୨୭.୦୪%, ପନିପରିବାରେ ୩୬.୬୧%, ଅଣ୍ଡା ମାଂସ ଏବଂ ମାଛ କ୍ଷେତ୍ରରେ ଏହା ୫.୭୬% ବୃଦ୍ଧି ଘଟିଛି । ପନିପରିବା, ଫଳ, ଅଶୋଧିତ ତୈଳ, ପ୍ରକୃତିକ ବାଷ୍ପ, ଇନ୍ଧନ, ଖଣିଜ ସାମଗ୍ରୀ ଏବଂ ବିଦୁ୍ୟତ ଆଦି ମୂଲ୍ୟରେ ବୃଦ୍ଧି ଡବ୍ଲୁ୍ୟପିଆଇ ମୁଦ୍ରାସ୍ଫୀତିରେ ବୃଦ୍ଧିିର ମୁଖ୍ୟ କାରଣ ବୋଲି ଆଇସିଆର୍‌ଏର ପ୍ରମୁଖ ଅର୍ଥନୀତିଜ୍ଞ ଆଦିତି ନାୟର କହିଛନ୍ତି । ଡବ୍ଲୁ୍ୟପିଆଇ ମୁଦ୍ରାସ୍ଫୀତିରେ ଏହି ବୃଦ୍ଧି ଯୋଗୁ ଆଗାମୀ ମୁଦ୍ରାନୀତି ସମୀକ୍ଷା ସମୟରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ଅପରିବର୍ତ୍ତିତ ରଖିବା ଆଶା କରାଯାଉଥିବା ସେ କହିଛନ୍ତିି । ସୂଚନାଯୋଗ୍ୟ ଡିସେମ୍ବର ୬ରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ସମୀକ୍ଷା ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଅକ୍ଟୋବରରେ ମାନୁଫାକ୍‌ଚରିଂ କ୍ଷେତ୍ରରେ ମୁଦ୍ରାସ୍ଫୀତି ୨.୬୧୨%କୁ ହ୍ରାସ ଘଟିଛି । ସେପ୍ଟେମ୍ବରରେ ଏହା ୨.୭୨% ରହିଥିଲା । ସେପ୍ଟେମ୍ବରରେ ଇନ୍ଧନ ଏବଂ ବିଦୁ୍ୟତ କ୍ଷେତ୍ରରେ ଡବ୍ଲ୍ୟୁପିଆଇ ମୁଦ୍ରାସ୍ଫୀତି ୯.୦୧% ରହିଥିବାବେଳେ ଅକ୍ଟୋବରରେ ଏହା ୧୦.୫୨% ରହିଛି । ଅନ୍ୟପକ୍ଷରେ ଡାଲି ମୂଲ୍ୟରେ ଅବସ୍ଫୀତି (ମୁଦ୍ରାସ୍ଫୀତି ୩୧.୦୫%) ଧାରା ଜାରି ରହିଛି । ଚଳିତମାସରେ ଆଳୁ କ୍ଷେତ୍ରରେ ଅବସ୍ଫୀତି (ମୁଦ୍ରାସ୍ଫୀତି ୪୪.୨୯%) ଏବଂ ଗହମ(୧.୯୯%)ରେ ହୋଇଛି । ସୋମବାର ପ୍ରକାଶିତ ଉପଭୋକ୍ତା ମୂଲ୍ୟ ସୂଚୀ(ସିପିଆଇ) ତଥ୍ୟାନୁଯାୟୀ ଅନୁଯାୟୀ, ଖାଦ୍ୟ ସମାଗ୍ରୀ ଏବଂ ପନିପରିବା ମୂଲ୍ୟରେ ବୃଦ୍ଧି ଯୋଗୁ ଆକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୭ ମାସର ସର୍ବୋଚ୍ଚ ସ୍ତର ୩.୫୮%କୁ ବୃଦ୍ଧିି ଘଟିିଛି । ସେହିଭଳି ଚଳିତମାସରେ ରପ୍ତାନିରେ ୧.୧୨% ହ୍ରାସ ଘଟି ତାହା ୨୩ ବିଲିୟନ୍‌ ଡଲାରକୁ ହ୍ରାସ ଘଟିଛି । ସେପ୍ଟେମ୍ବରରେ ରପ୍ତାନି ୬ମାସର ସର୍ବୋଚ୍ଚ ସ୍ତର ଛୁଇଁଥିଲା । । ଅକ୍ଟୋବରରେ ଆମଦାନୀରେ ୭.୬% ବୃଦ୍ଧି ଘଟି ଏହା ୩୭.୧୧ ବିଲିୟନ୍‌ ଡଲାରରେ ପହଞ୍ଚôଛି । ସେପ୍ଟେମ୍ବରରେ ଏହା ୩୪.୫ ବିଲିୟନ୍‌ ଡଲାର ରହିଥିବା ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ କୁହାଯାଇଛି । ରପ୍ତାନିରେ ହ୍ରାସ ଯୋଗୁ ବିତ୍ତୀଅ ନିଅଣ୍ଟରେ ବୃଦ୍ଧି ଦେଖାଦେଇଛି । ସେପ୍ଟେମ୍ବରରେ ଦେଶର ବିତ୍ତୀୟ ନିଅଣ୍ଟ ୧୧.୧୩ ବିଲିୟନ୍‌ ଡଲାର ରହିଥିବାବେଳେ ଅକ୍ଟୋବରରେ ଏହା ୧୪ ବିଲିୟନ୍‌ ଡଲାରକୁ ବୃଦ୍ଧିି ଘଟିଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର