ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ଗ୍ରାଣ୍ଟ-ଇନ୍‌-ଏଡ୍‌ ନୀତି କାଏମ୍‌

ସୁପ୍ରିମକୋର୍ଟରେ ଓଡ଼ିଶା ସରକାରଙ୍କ ଗ୍ରାଣ୍ଟ-ଇନ୍‌-ଏଡ୍‌ ନୀତି କାଏମ୍‌

Copy Editor RKD | Published On: Nov 15, 2017 12:13 AM IST |   1008

ନୂଆଦିଲ୍ଲୀ : ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକମାନଙ୍କ ଦରମା ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଗ୍ରାଣ୍ଟ୍‌-ଇନ୍‌-ଏଡ୍‌ ନୀତି ୨୦୧୭କୁ ମଙ୍ଗଳବାର ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟରେ ରାଜ୍ୟ ସରକାର ଏକ ସତ୍ୟପାଠ ଦାଖଲ କରି ଏହି ନୀତିକୁ ୨୦୧୮ ଜାନୁୟାରୀ ପହିଲାରୁ ଲାଗୁ କରିବାକୁ ଯାଉଛନ୍ତି ବୋଲି ଉଲ୍ଲେଖ କରିଥିଲେ । ରାଜ୍ୟ ସରକାରଙ୍କ ନୂତନ ଅନୁଦାନ ନୀତି ୨୦୧୭କୁ ବିରୋଧ କରି ଏକାଧିକ ବିଦ୍ୟାଳୟର ଅନେକ ଶିକ୍ଷକ ଦରମାରେ ତାରତମ୍ୟତାକୁ ଚାଲେଞ୍ଜ କରି ଏହାକୁ ରଦ୍ଦ କରିବା ଲାଗି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମଙ୍ଗଳବାର ଅଦାଲତ ଏହି ମାମଲା ଉପରେ ରାୟ ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କ ଏହି ଅନୁଦାନ ନୀତିକୁ କାଏମ ରଖିବା ସହ ଯେଉଁମାନେ ଚାହିଁବେ ଏହି ନୀତି ଆଧାରରେ ଦରମା ଗ୍ରହଣ କରିପାରିବେ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଏଭଳି ନୀତି ଦ୍ୱାରା ପ୍ରଭାବିତ ହେବା ଆଶଙ୍କା କରୁଛନ୍ତି ସେମାନେ ଉପଯୁକ୍ତ ଫୋରମରେ ଏନେଇ ଆବେଦନ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଅର୍ଥାତ୍‌ ରାଜ୍ୟ ସରକାରଙ୍କ ଏହି ନୂତନ ଅନୁଦାନ ନୀତି-୨୦୧୭କୁ ସୁପ୍ରିମକୋର୍ଟ ଏପ୍ରକାର ଇଚ୍ଛାଧୀନ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଏହି ନୀତିକୁ ବିରୋଧ କରି ୫୦୦୦ ବ୍ଲକ୍‌ ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଫଳରେ ସୁପ୍ରିମକୋର୍ଟ ଏନେଇ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଥିଲେ । ଓଡ଼ିଶା ସରକାରଙ୍କ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସତ୍ୟପାଠ ଜରିଆରେ ଏହି ନୂତନ ନୀତି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଇଥିଲେ । ଏପରିକି ଏହାଦ୍ୱାରା ରାଜ୍ୟ ସରକାରଙ୍କୁ ଯଥାକ୍ରମେ ୫୧୪ ଓ ୪୫୩ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ବୋଲି ଅଦାଲତଙ୍କୁ ଜଣାଇଥିଲେ । ଏପରିକି ଏହି ନୂତନ ଦରମା ଜାନୁୟାରୀ ପହିଲା ୨୦୧୮ରୁ ଶିକ୍ଷକ ଓ ଅଧ୍ୟାପକମାନେ ପାଇବାକୁ ଯାଉଥିବା ସତ୍ୟପାଠରେ ଦର୍ଶାଇଥିଲେ । ରାଜ୍ୟ ସରକାରଙ୍କ ସତ୍ୟପାଠକୁ ଅନୁଧ୍ୟାନ କରିବା ସହ ଏହାକୁ ଅଦାଲତ ଗ୍ରହଣକରି ମାମଲାକୁ ବନ୍ଦ କରିଛନ୍ତି । ଅନ୍ୟପକ୍ଷରେ ଅନେକ ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କର ଚାକିରି କାଳକମ୍‌ ଥିବା, କେତେକ ଅବସର ଗ୍ରହଣ କରିସାରିଥିବା ଓ କିଛିଙ୍କର ଇତିମଧ୍ୟରେ ପରଲୋକ ଘଟିଥିବାରୁ ଏହି ନୀତିରେ ସେମାନଙ୍କୁ ବକେୟା ବାବଦ ଅର୍ଥ ମିଳିବନି କିମ୍ବା ସେମାନେ ବିଶେଷକିଛି ଆର୍ଥିକ ଫାଇଦା ପାଇବେନି ବୋଲି ଯୁକ୍ତି ବାଢି ଅସନ୍ତୋଷ ପ୍ରକାଶ କରିଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।