ବୁଧବାର ରାଶିଫଳ

ବୁଧବାର ରାଶିଫଳ

Copy Editor | Published On: Nov 15, 2017 12:06 AM IST |   2940

ମେଷ: ଅସୁସ୍ଥତାର ଉପଶମ ହୋଇପାରେ । ଭୟ ଦୂର ହେବ । ଅର୍ଥ ସଞ୍ଚୟ କରିବେ । ବୁଦ୍ଧି ଚାଳନା କରି କାର୍ଯ୍ୟର ସଫଳ ହେବେ । ଗୃହରେ ସଞ୍ଚୟାଭିମୁଖୀ ହୋଇପାରନ୍ତି । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ବୃଷ: କର୍ମକ୍ଷେତ୍ରରେ ବ୍ୟତିବ୍ୟସ୍ତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଯାନ-ବାହନ ଚଳାଚଳରେ ସତର୍କ ରହିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ମିଥୁନ: ପ୍ରଭାବ ବୃଦ୍ଧି ପାଇବ । ମାନ-ମନାନ୍ତର ଘଟିପାରେ । ଆୟ ଆଶାନୁରୂପ ହେବ । ଭାଗ୍ୟବାନ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୁଶଳ ସମାଚାର ପାଇ ଖୁସି ହେବେ । କୃଷି କ୍ଷେତ୍ରରୁ ଭଲ ଆୟ ହେବ । କର୍କଟ: ଇଚ୍ଛା କରୁଥିବା ସାହାଯ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଦିଅଁ ଦର୍ଶନ କରି ଖୁସି ହେବେ । ଦୀର୍ଘ ଦିନର ଆଶା ପୂରଣ ହେବ । କର୍ମ କୁଶଳତା ପ୍ରକାଶ ପାଇବ । ସାମାଜିକ ସ୍ତରରେ ସମ୍ମାନିତ ହେବେ । ସିଂହ: ଜଞ୍ଜାଳମୁକ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଉସôାହ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆୟ ଆଶାନୁରୂପ ହୋଇପାରେ । ଠାକୁରଙ୍କ କାର୍ଯ୍ୟରେ ମନ ପ୍ରାଣ ଢ଼ାଳି ଦେଇପାରନ୍ତି । ଯାନବାହନ ସୁଖ ମିଳିବ । କନ୍ୟା: ବନ୍ଧୁଙ୍କ ପ୍ରତି ସନେ୍ଦହ ସୃଷ୍ଟି ହୋଇପାରେ । ନୀତିନିଷ୍ଠ ହେବେ । ବିଳାସ ବ୍ୟସନ କରିପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । ହଠାତ୍‌ ଶୁଭଖବର ପାଇପାରନ୍ତି । ସର୍ବାଙ୍ଗୀଣ ଉନ୍ନତି ହେବ । ତୁଳା: ବହୁ ଭ୍ରମଣ ଯୋଗ ଥାଇ ମଧ୍ୟ ସେଥିରୁ ନିବୃତ୍ତି ଯାଇପାରନ୍ତି । କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ । ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ଚିତ୍ତ ପ୍ରସନ୍ନ ରହିବ । କର୍ମ ତତ୍ପରତା ପ୍ରକାଶ ପାଇବ । ସ୍ତ୍ରୀ, ପୁତ୍ର ସୁଖ ମିଳିବାର ସୂଚନା ମିଳୁଛି । ବିଛା: ଆଶାବାଦୀ ହୋଇପାରନ୍ତି । ଆୟ ଆଶାନୁରୂପ ହୋଇପାରେ । ମନ ପ୍ରସନ୍ନ ରହିବ । କର୍ମତତ୍ପର ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ଉନ୍ନତି ଓ ବିବାଦରେ ବିଜୟୀ ହେବେ । ଧନୁ: ଲକ୍ଷ୍ୟ ହାସଲ ପାଇଁ ମନ ବ୍ୟାକୁଳ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ହସ-ଖୁସିରେ ଦିନଟି ଅତିବାହିତ ହୋଇପାରେ । ପରିବାର ପ୍ରତି ସ୍ନେହ-ଶ୍ରଦ୍ଧା ଅତୁଟ ରହିବ । ଭାଗ୍ୟବାନ ହେବେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ମକର: ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭ୍ରମଣ ସୁଖ ମିଳିପାରେ । ଶତ୍ରୁ ଉପଦ୍ରବକୁ ରୋକିବାରେ ସକ୍ଷମ ହୋଇପାରନ୍ତି । ସମସ୍ତ କାର୍ଯ୍ୟ ସତର୍କତାର ସହ କରିବାକୁ ପଡ଼ିବ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । କୁମ୍ଭ: ଗୁରୁଜନଙ୍କ ପାଇଁ କଷ୍ଟ ସହ୍ୟ କରିପାରନ୍ତି । ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିବେ । ଦୁଷ୍ଟ ସଙ୍ଗ ପରିତ୍ୟାଗ କରି ଆଶ୍ୱସ୍ତ ହେବେ । ଶୁଣା କଥାକୁ ବିଶ୍ୱାସ ନ କରି ଧୈର୍ଯ୍ୟଧରି ଅପେକ୍ଷା କରିବେ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ହେବେ । ମୀନ: ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି । ସୁଖ-ସମ୍ମାନ ଲାଭ କରିବେ । ଧନଲାଭର ସୂଚନା ମିଳୁଛି । ସୁଖ-ସନ୍ତୋଷ ମିଳିପାରେ । ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟିବ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର