ଜାଡେଜାଙ୍କ ପାଇଁ ୧ନଂ ଟେଷ୍ଟ ବୋଲର ହେବା ସୁଯୋଗ

ଜାଡେଜାଙ୍କ ପାଇଁ ୧ନଂ ଟେଷ୍ଟ ବୋଲର ହେବା ସୁଯୋଗ

Copy Editor | Published On: Nov 15, 2017 12:02 AM IST |   711

କଲକାତା : ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ବୋଲର ଓ ଅଲରାଉଣ୍ଡର ମାନ୍ୟତାର ୧ନଂ ସ୍ଥାନ ଫେରିପାଇବାକୁ ଭାରତୀୟ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ନିକଟରେ ସୁବର୍ଣ୍ଣ ସୁଯୋଗ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ଗୁରୁବାରରୁ ପ୍ରଥମ ଟେଷ୍ଟ ଆରମ୍ଭ ହେଉଛି । ଜାଡେଜା ଏପର୍ଯ୍ୟନ୍ତ ୩୨ଟି ଟେଷ୍ଟ ଖେଳି ୧୫୫ ୱିକେଟ ହାସଲ କରିବା ସହ ୧୧୩୬ ରନ୍‌ କରିଛନ୍ତି । ଟେଷ୍ଟ ବୋଲିଂ ମାନ୍ୟତାରେ ଜାଡେଜା ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍‌ଙ୍କଠାରୁ ୧୨ ପଏଣ୍ଟ ପଛରେ ଥିବା ବେଳେ ଅଲରାଉଣ୍ଡର ମାନ୍ୟତାରେ ବାଂଲାଦେଶର ସକିବଲ୍‌ ହାସନ୍‌ଙ୍କଠାରୁ ୮ ପଏଣ୍ଟ ପଛରେ ଅଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଯଦି ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ ପ୍ରଦର୍ଶନ କରନ୍ତି; ତେବେ ସେ ବୋଲର ଓ ଅଲରାଉଣ୍ଡର ମାନ୍ୟତାର ୧ନଂ ସ୍ଥାନକୁ ଫେରିବା ନିଶ୍ଚିତ । ଟେଷ୍ଟ ବ୍ୟାଟସମ୍ୟାନ୍‌ ମାନ୍ୟତାର ୬ଷ୍ଠ ସ୍ଥାନରେ ଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରି ନିଜ ମାନ୍ୟତାରେ ଉନ୍ନତି ଆଣିବାକୁ ନିଶ୍ଚିତ ଭାବେ ଚେଷ୍ଟାକରିବେ । ଟେଷ୍ଟ ବ୍ୟାଟିଂ ତାଲିକାରେ କେଏଲ୍‌ ରାହୁଲ ୮ମ, ଅଜିଙ୍କ୍ୟ ରାହାଣେ ୯ମ, ଶିଖର ଧାୱନ୍‌ ୩୦ତମ, ମୁରଲୀ ବିଜୟ ୩୬ତମ ଓ ଋଦ୍ଧିମାନ ଶାହା ୪୭ତମ ସ୍ଥାନରେ ରହିଛନ୍ତି । ବୋଲିଂ ମାନ୍ୟତାରେ ଆର୍‌. ଅଶ୍ୱିନ୍‌ ୪ର୍ଥ ସ୍ଥାନରେ ଥିବା ବେଳେ ମହମ୍ମଦ ସାମି ୧୯ତମ, ଉମେଶ ଯାଦବ ୨୭ତମ, ଈଶାନ୍ତ ଶର୍ମା ୨୯ତମ ଓ ଭୁବନେଶ୍ୱର କୁମାର ୩୭ତମ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କାର ବ୍ୟାଟସମ୍ୟାନ୍‌ ଦିମୁଥ୍‌ କରୁଣାରତ୍ନେ ୧୭ତମ ଓ ଦିନେଶ ଚାନ୍ଦିମାଲ୍‌ ୨୦ତମ ସ୍ଥାନରେ ଅଛନ୍ତି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର