ଏନଜିଟିରେ ପୋଲାଭରମ୍‌ ମାମଲା ଖାରଜ

ସୁପ୍ରିମକୋର୍ଟରେ ପକ୍ଷଭୁକ୍ତ ଲାଗି ପରାମର୍ଶ

Copy Editor RKD | Published On: Nov 14, 2017 11:42 PM IST |   189

ନୂଆଦିଲ୍ଲୀ : ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ରେ ଚାଲିଥିବା ପୋଲାଭରମ୍‌ ମାମଲାକୁ ମଙ୍ଗଳବାର ୩ ଜଣିଆ ଖଣ୍ଡପୀଠ ଖାରଜ କରିଦେଇଛନ୍ତି । ସମାନ ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାରୁ ପୁନଶ୍ଚ ସେହି ମାମଲାକୁ ସମାନ୍ତରାଳ ଭାବେ ଏନଜିଟି ଶୁଣାଣି କରିବାର ଆବଶ୍ୟକତା ନଥିବା ଦର୍ଶାଇ ଏଭଳି ନିଷ୍ପତ୍ତି ନେଇଛି । ଓଡ଼ିଶା ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟରେ କରାଯାଇଥିବା ଅଭିଯୋଗକୁ ଭିତ୍ତିକରି ଆନ୍ଧ୍ରପ୍ରଦେଶ ଉକ୍ତ ମାମଲାରେ ଏନ୍‌ଜିଟିର ଶୁଣାଣି ଉପରେ ସ୍ଥଗିତାଦେଶ ଜାରି କରିବାକୁ ଆବେଦନ କରିଥିଲା । ଏହି ମାମଲାକୁ ଖାରଜ କରିବା ପୂର୍ବରୁ ଆଗାମୀ ଦିନରେ ସୁପ୍ରିମକୋର୍ଟ ଯଦି ଏନଜିଟିକୁ ମାମଲାର ଶୁଣାଣି କରିବାକୁ ନିର୍ଦେଶ ଦିଅନ୍ତି, ତେବେ କୌଣସି ଅସୁବିଧା ନାହିଁ ବୋଲି ୩ ଜଣିଆ ଖଣ୍ଡପୀଠ ଖାରଜ କରିବା ପୂର୍ବରୁ ପ୍ରକାଶ କରିଛନ୍ତି । ତେବେ ଗୋଟିଏ ମାମଲା ଦୁଇଟି ନ୍ୟାୟାଳୟରେ ଚାଲିବାର କୌଣସି ଆବଶ୍ୟକତା ନାହିଁ ବୋଲି ଯୁକ୍ତି ଦର୍ଶାଇଛନ୍ତି ଖଣ୍ଡପୀଠ । ଅପରପକ୍ଷରେ ୨୦୦୭ରୁ ଓଡ଼ିଶା ଆବେଦନ ଉପରେ ମାମଲା ସୁପ୍ରିମକୋର୍ଟରେ ଚାଲିଛି । ପୋଲାଭରମ ପ୍ରକଳ୍ପକୁ ଦିଆଯାଇ ଥିବା ଅନୁମତିକୁ ବାତିଲଠାରୁ ଆରମ୍ଭ କରି ଜଙ୍ଗଲ, ପରିବେଶ ପରି ଆଇନର ଉଲ୍ଲଙ୍ଘନ କରାଯାଇଥିବାରୁ ପୋଲାଭରମ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ମଧ୍ୟ ଓଡ଼ିଶା ପକ୍ଷରୁ ଆବେଦନ କରାଯାଇଛି । ତେବେ ମାମଲା ଦୀର୍ଘ ୧୧ବର୍ଷ ଧରି ସୁପ୍ରିମକୋର୍ଟରେ ଚାଲିଥିବାବେଳେ ଆନ୍ଧ୍ର ତରବରିଆ ଭାବରେ ୨୦୧୯ ନିର୍ବାଚନ ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ରଖିଛି ବୋଲି ‘ରେଲା’ ନାମକ ସ୍ୱେଚ୍ଛାସେବୀ ସଂଗଠନର ଆଇନଜୀବୀ ଶ୍ରବଣ କୁମାର ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଏହି ପ୍ରକଳ୍ପ ଯୋଗୁଁ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ ପରି କେତେକ ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା କରିଛି ରେଲା । ୨ଲକ୍ଷରୁ ଅଧିକ ଆଦିବାସୀ ବହୁଳ ଅଞ୍ଚଳ ଏହା ଦ୍ୱାରା ମଧ୍ୟ ପ୍ରଭାବିତ ହେବ । ଜଙ୍ଗଲ ଜମି ବୁଡ଼ି ଯିବ । ପରିବେଶରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ରେଲା ଯୁକ୍ତି ବାଢି ଏନଜିଟିରେ ଆବେଦନ କରିଥିଲା । ମାତ୍ର ଅନୁରୂପ ମାମଲା ସୁପ୍ରିମକୋର୍ଟରେ ଚାଲିଥିବାରୁ ରେଲା ସେଠାକୁ ଯାଇ ଏକ ପକ୍ଷ ହୋଇପାରିବ ବୋଲି ମଧ୍ୟ ଗତକାଲି ଶୁଣାଣି ଶେଷକରିବା ସମୟରେ ଏନଜିଟି ଉକ୍ତ ସଂଗଠନକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ଏସବୁ ସତ୍ତ୍ୱେ ଏକ ଲକ୍ଷ କୋଟି ବିନିମୟରେ ଆନ୍ଧ୍ର ପୋଲାଭରମ ପ୍ରକଳ୍ପ ନିର୍ମାଣରେ ତତ୍ପରତା ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ରେଲା ସୁପ୍ରିମକୋର୍ଟରେ ଏନଜିଟି ଦ୍ୱାରା ଖାରଜ ଆଦେଶନାମାକୁ ଚ୍ୟାଲେଞ୍ଜ କରିବ ବୋଲି ଏହାର ଆଇନଜୀବୀ ଶ୍ରବଣ କୁମାର ସୂଚନା ଦେଇଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।