ବିଚାରପତି ଲାଞ୍ଚ ନେବା ମାମଲା : ଏସ୍‌ଆଇଟି ତଦନ୍ତ ଆବେଦନ ଖାରଜ

ବିଚାରପତି ଲାଞ୍ଚ ନେବା ମାମଲା : ଏସ୍‌ଆଇଟି ତଦନ୍ତ ଆବେଦନ ଖାରଜ

Copy Editor RKD | Published On: Nov 14, 2017 11:39 PM IST |   85

ନୂଆଦିଲ୍ଲୀ : ମେଡିକାଲ କଲେଜକୁ ମାନ୍ୟତା ଦେବାକୁ ବିଚାରପତିଙ୍କୁ ଲାଞ୍ଚ ଦେବା ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ ଦାବିରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ବରିଷ୍ଠ ଓକିଲଙ୍କ ଅଭିଯୋଗ ଦାୟିତ୍ୱହୀନତାର ପରିଚୟ ବୋଲି ସର୍ବୋଚ୍ଚ କୋର୍ଟ ଭର୍ତ୍ସନା କରି କହିଛନ୍ତି । ଏହାସହିତ ସର୍ବୋଚ୍ଚ ନ୍ୟାୟାଳୟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କେହି ଆଇନଠାରୁ ଊଦ୍ଧ୍ୱର୍ରେ ନୁହଁନ୍ତି, ତେଣିକି ସେ ବିଚାରପତି ହୁଅନ୍ତୁ କି ଆଉ ଯେ କେହି ହୁଅନ୍ତୁ? ୧୯ ସେପ୍ଟେମ୍ବରରେ ସିବିଆଇ ପକ୍ଷରୁ ଦାୟର ଏତଲା ଆଧାରରେ ଏହି ଆବେଦନ କରାଯାଇଥିଲା । ସିବିଆଇ ଏତଲାରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଇସ୍ରତ ମସରୁର୍‌ କୁଦ୍ଦୁସିଙ୍କ ନାମରେ ଦୁର୍ନୀତି ଅଭିଯୋଗ ଆସିଥିଲା । କୁଦ୍ଦିୁସିଙ୍କ ସମେତ ଆଉ କେତେ ଜଣ କେତେକ ମେଡିକାଲ କଲେଜକୁ ସୁହାଇବା ଭଳି ନିର୍ଦେଶ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର କରୁଥିôବା ଖଣ୍ଡପୀଠ କହିଛନ୍ତି ଯେ, ଏତଲାକୁ ଭଲ ଭାବରେ ନ ପଢ଼ି ବରିଷ୍ଠ ଓକିଲ ଭିତ୍ତିହୀନ ଅଭିଯୋଗ କରିଛନ୍ତି । ଏପରି ଆବେଦନ ଦାୟର କରିବା ଦ୍ୱାରା ନ୍ୟାୟପାଳିକାକୁ ବଦନାମ କରାଯାଇଛି ଏବଂ ଏହାର ନ୍ୟାୟିକ ବ୍ୟବସ୍ଥା ଓ ସାଧୁତା ଉପରେ ସନେ୍ଦହ ପ୍ରକଟ କରାଯାଇଛି । ସୁପ୍ରିମକୋର୍ଟ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସିବିଆଇଙ୍କ ଏତଲା କୌଣସି ବିଚାରପତିଙ୍କ ବିରୋଧରେ ନ ଥିଲା ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।