ଲଣ୍ଡନ ବସ୍‌ରେ ‘ସ୍ୱାଧୀନ ବେଲୁଚିସ୍ତାନ’ ବିଜ୍ଞାପନ

ଲଣ୍ଡନ ବସ୍‌ରେ ‘ସ୍ୱାଧୀନ ବେଲୁଚିସ୍ତାନ’ ବିଜ୍ଞାପନ

Copy Editor | Published On: Nov 14, 2017 11:24 PM IST |   240

ଲଣ୍ଡନ : ପାକିସ୍ତାନ ଅଧୀନସ୍ଥ ବେଲୁଚିସ୍ତାନରେ ସ୍ୱାଧୀନତା ଆନେ୍ଦାଳନକୁ ଚପାଇ ଦେବା ପାଇଁ ଦେଶର ସରକାର ଯେତିକି ପ୍ରୟାସ କରୁଛନ୍ତି ସେହି ପରିମାଣରେ ଆନେ୍ଦାଳନ ତୀବ୍ର ହେବାରେ ଲାଗିଛି । ବେଲୁଚିସ୍ତାନବାସୀ ଏବେ ନିଜର ସ୍ୱାଧୀନତା ଓ ପାକିସ୍ତାନ ସରକାରଙ୍କ ଅତ୍ୟାଚାର ତଥା ମାନବାଧିକାର ଉଲଙ୍ଘନ ପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବା ପାଇଁ ସମସ୍ତ ଉଦ୍ୟମ ଚଳାଇଛନ୍ତି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ସେମାନେ ଏ ନେଇ ସ୍ୱତନ୍ତ୍ର ଅଭିଯାନ ଚଳାଇନ୍ତି । ଏହି କ୍ରମରେ ଲଣ୍ଡନରେ ସେମାନଙ୍କ ଦାବିକୁ ଅଭିନବ ଉପାୟରେ ପ୍ରଦର୍ଶନ କରାଯାଇଥିବା ଦେଖିବାକୁ ମିଳିଛି । ଲଣ୍ଡନରେ ଚଳାଚଳ କରୁଥିବା ୧୦୦ରୁ ଅଧିକ ଯାତ୍ରୀବାହୀ ବସ୍‌ରେ ସେମାନେ ‘ଫି୍ର ବେଲୁଚିସ୍ତାନ’(ସ୍ୱାଧୀନ ବେଲୁଚିସ୍ତାନ) ଲେଖାଇଛନ୍ତି । ବିଜ୍ଞାପନ ଆକାରରେ ବସ୍‌ରେ ଏହା ଲେଖାଯାଇଥିବା ପ୍ରକାଶ । ପୂର୍ବରୁ ଟ୍ୟାକ୍ସିଗୁଡ଼ିକରେ ଏଭଳି ବିଜ୍ଞାପନ ‘ସେଭ୍‌ ଦି ବେଲୁଚି ପିପୁଲ’ ବା ‘ବେଲୁଚ୍‌ବାସୀଙ୍କୁ ରକ୍ଷା କରାଯାଉ’ ଭଳି ବିଭିନ୍ନ ସ୍ଲୋଗାନ୍‌ ଲେଖା ଯାଇଥିଲା; କିନ୍ତୁ ପାକିସ୍ତାନ ପକ୍ଷରୁ ଏହାର ପ୍ରତିବାଦ କରାଯିବା ପରେ କର୍ତ୍ତୃପକ୍ଷ ଏଗୁଡ଼ିକୁ ହଟାଇ ଦେଇଥିଲେ । ବେଲୁଚି ନେତା ତଥା ଏହି ଅଭିଯାନର ନେତା ଭାୱଲ ମେଙ୍ଗାଲଙ୍କ ସୂଚନାନୁଯାୟୀ ସେମାନେ କେବଳ ବେଲୁଚିବାସୀଙ୍କର ବାର୍ତ୍ତା ପ୍ରଚାର କରୁଛନ୍ତି ଓ ଏଥିପ୍ରତି ବିଶ୍ୱର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଏହା ମାଧ୍ୟମରେ ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଇବା ସେମାନଙ୍କର ଉଦେ୍ଦଶ୍ୟ ବୋଲି ସେ କହିଛନ୍ତିି । ଉଲ୍ଲେଖଯୋଗ୍ୟ ଯେ ବ୍ରିଟେନ୍‌ରେ ବହୁ ବେଲୁଚି ନେତା ଅବସ୍ଥାନ କରୁଛନ୍ତି; ଅନେକ ଶରଣାର୍ଥୀ ଜୀବନ ମଧ୍ୟ ବିତାଉଛନ୍ତିି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର