ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା

ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଗିରଫ ପରୱାନା

Copy Editor RKD | Published On: Nov 14, 2017 11:16 PM IST | Updated On: Nov 14, 2017 11:16 PM IST |   200

ଇସଲାମାବାଦ :ବହୁ ଚର୍ଚ୍ଚିତ ପାନାମା ପେପର ପ୍ରଘଟ ମାମଲାରେ ପାକିସ୍ତାନ ଅର୍ଥମନ୍ତ୍ରୀ ଇସାକ୍‌ ଦର୍‌ଙ୍କ ବିରୋଧରେ ପାକିସ୍ତାନ ଅଦାଲତ ଗିରଫ ପରୱାନା ଜାରି କରିଛି । କୋର୍ଟରେ ହାଜର ହେବା ପାଇଁ ପାକ୍‌ ଅର୍ଥମନ୍ତ୍ରୀଙ୍କୁ ୩ ଥର ସମନ ଜାରି କରାଯାଇଥିଲା । ତେବେ ଇସାକ୍‌ ଥରେ ହେଲେ ଅଦାଲତରେ ହାଜର ହୋଇ ନ ଥିଲେ ବୋଲି ପାକ୍‌ ଇଂରାଜୀ ଖବର କାଗଜ ‘ଡନ୍‌’ ରିପୋର୍ଟରୁ ଜଣାପଡ଼ିଛି । ପୂର୍ବ ତାରିଖରେ ଦର୍‌ଙ୍କ ଓକିଲ ଅଦାଲତରେ ଏକ ପିଟିସନ୍‌ ଦାଖଲ କରି ଦର୍ଶାଇଥିଲେ ଯେ ତାଙ୍କ ଦେହ ଅସୁସ୍ଥଥିବାରୁ ସେ ଲଣ୍ଡନରେ ରହି ଚିକିତ୍ସିତ ହେଉଛନ୍ତି । କିନ୍ତୁ ଅଦାଲତ ଏହାକୁ ଖାରଜ କରିଦେଇଥିଲେ ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।