ଗୁଜରାଟ ବିଧାନସଭା ନିର୍ବାଚନ ; ୧୮୨ ଆସନ ପାଇଁ ୨୨୦୦ ଆଶାୟୀ

.

Copy Editor RKD | Published On: Nov 14, 2017 11:11 PM IST |   58

ଗାନ୍ଧିନଗର : ଡିସେମ୍ବର ୯ ଏବଂ ୧୪ ତାରିଖରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦୀର୍ଘ ୨୨ ବର୍ଷ ପରେ କଂଗ୍ରେସ ଏଠାରେ କ୍ଷମତାକୁ ଆସିବାକୁ ପ୍ରଚେଷ୍ଟା ଚଳାଇଛି । ତେବେ ଏଠାରେ ମୋଟ ୧୮୨ଟି ଆସନ ପାଇଁ ୨୨୦୦ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ପତ୍ର କଂଗ୍ରେସ ଦଳର ହସ୍ତଗତ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ୧୫୦୦ ଆବେଦନକୁ ଗ୍ରହଣ କରାଯାଇ ପ୍ରାର୍ଥୀ ମନୋନୟନ କରାଯିବ ବୋଲି ସ୍କି୍ରନିଂ କମିଟି ପକ୍ଷରୁ କୁହାଯାଇଛି । ସେପଟେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଗୁଜରାଟରେ ଭିନ୍ନ ଭିନ୍ନ ଅଞ୍ଚଳକୁ ନିର୍ବାଚନୀ ଶୋଭାଯାତ୍ରାରେ ଯାଇ ଭୋଟରଙ୍କୁ ପ୍ରଭାବିତ କରିବାକୁ ସମର୍ଥ ହୋଇଥିବା କୁହାଯାଉଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ଆବେଦନ ସଂଖ୍ୟା ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । କଂଗ୍ରେସର ବରିଷ୍ଠ ନେତା ତଥା ସ୍କି୍ରନିଂ କମିଟିର ମୁଖ୍ୟ ବାଲସାହେବ ଥୋରାଟ୍‌ କହିଛନ୍ତି ଯେ ୨୨୦୦ ଆବେଦନ ପତ୍ର ଆମର ହସ୍ତଗତ ହୋଇଛି ଏବଂ ଏମାନଙ୍କ ମଧ୍ୟରୁ ଚୂଡ଼ାନ୍ତ ପ୍ରାର୍ଥୀ ବାଛିବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ । ସେପଟେ କୌଣସି ଚାପର ବଶବର୍ତ୍ତୀ ନ ହୋଇ ପ୍ରାର୍ଥୀଙ୍କୁ ଟିକଟ୍‌ ଦେବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ କଡ଼ା ନିର୍ଦେଶ ରହିଛି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।