ଦୁର୍ନୀତି ଅଭିଯୋଗରେ ଆଇଏଏସ୍‌ ଅଫିସର ଗିରଫ

ଦୁର୍ନୀତି ଅଭିଯୋଗରେ ଆଇଏଏସ୍‌ ଅଫିସର ଗିରଫ

Copy Editor | Published On: Nov 14, 2017 11:09 PM IST |   46

ଗୁଆହାଟି : ଦୁର୍ନୀତି ଅଭିଯୋଗରେ ଆସାମର ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଭିଜିଲାନ୍ସ ସେଲ (ଏସ୍‌ଭିସି) ଗିରଫ କରିଛି । ଗିରଫ ଅଫିସର ହେଉଛନ୍ତି ଚୋହାନ ଦୋଲେ । ତାଙ୍କ ବିରୋଧରେ ୧୨୧ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଚୋହାନ ଶ୍ରମ କମିଶନର ଥିବାବେଳେ ବିଭାଗ ପାଇଁ ବିଭିନ୍ନ ଲିଫଲେଟ୍‌, ଫୋଲଡର ଓ ଅନ୍ୟ ଜିନିଷ ଛପା ବାବଦରେ ଏହି ଅର୍ଥ ଖର୍ଚ୍ଚ ହୋଇଥିଲା । ଏହି ଛପାକାର୍ଯ୍ୟ ପାଇଁ ଏକ ଘରୋଇ ଏଜେନ୍ସିଙ୍କୁ ଠିକା ଦିଆଯାଇଥିଲା ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର