ଦିଲ୍ଲୀ ପ୍ରଦୂଷଣ: ଯୁଗ୍ମ-ଅଯୁଗ୍ମ ନିୟମରୁ ବାଦ ପଡ଼ିବେନି ମହିଳା ଚାଳିତ ଓ ଦୁଇଚକିଆ ଯାନ

କେଜରିୱାଲଙ୍କ ନିମନ୍ତ୍ରଣକୁ ଅମରିନ୍ଦରଙ୍କ ଅଗ୍ରାହ୍ୟ

Copy Editor RKD | Published On: Nov 14, 2017 11:06 PM IST |   83

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାର ଗାଡି ଚଳାଚଳ କ୍ଷେତ୍ରରେ ଯୁଗ୍ମ-ଅଯୁଗ୍ମ ନିୟମ କାର୍ଯ୍ୟକାରି କରିବାକୁ ଯାଉଛନ୍ତି । ଏହି ନିୟମ ପରିସରରୁ ମହିଳା ଚାଳିତ ଓ ଦୁଇଚକିଆ ଗାଡିକୁ ବାଦ୍‌ ଦେବା ଲାଗି ରାଜ୍ୟ ସରକାର ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି)ଙ୍କ ନିକଟରେ କରିଥିବା ସମୀକ୍ଷା ଆବେଦନ ଅଗ୍ରାହ୍ୟ ହୋଇଛି । ଏନଜିଟି କହିଛନ୍ତି ଯେ ଯୁଗ୍ମ-ଅଯୁଗ୍ମ ନିୟମରୁ ଜରୁରୀକାଳୀନ ସେବାରେ ନିୟୋଜିତ ଯାନ ବ୍ୟତୀତ ଅନ୍ୟ କୌଣସି ଗାଡିକୁ ବାଦ ଦିଆଯାଇପାରିବ ନାହିଁ । ଚାରି ଚକିଆ ଗାଡି ଅପେକ୍ଷା ଦୁଇ ଚକିଆ ଗାଡି ଅଧିକ ପ୍ରଦୂଷଣ କରୁଥିବା ଏନଜିଟି କହିଛନ୍ତି । ସେହିପରି ମହିଳାଙ୍କ ସୁବିଧା ପାଇଁ ମହିଳା ଚାଳିତ ଗାଡିକୁ ନିୟମରୁ ବାଦ୍‌ ଦେବା ପରିବର୍ତ୍ତେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବସ୍‌ ଚଳାଇବାକୁ ଏନଜିଟି କହିଛନ୍ତି । ଯୁଗ୍ମ-ଅଯୁଗ୍ମ ନିୟମରୁ ମହିଳା ଚାଳିତ ଓ ଦୁଇ ଚକିଆ ଗାଡି ବାଦ୍‌ ଦେବାକୁ ଦିଲ୍ଲୀ ସରକାର ନେଇଥିବା ନିଷ୍ପତ୍ତି ଉପରେ ନଭେମ୍ବର ୧୧ରେ ଏନଜିଟି ରୋକ ଲଗାଇଥିଲେ । ଏନଜିଟିଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ସରକାର ସୋମବାର ସମୀକ୍ଷା ଆବେଦନ କରିଥିବାବେଳେ ମଙ୍ଗଳବାର ଏହା ଅଗ୍ରାହ୍ୟ ହୋଇଛି । ଆଜିର ଶୁଣାଣି କାଳରେ ଦିଲ୍ଲୀ ସରକାର କହିଥିଲେ ଯେ ପ୍ରଦୂଷଣ ରୋକିବା ପାଇଁ ପଡୋଶୀ ରାଜ୍ୟରେ ମଧ୍ୟ ଯୁଗ୍ମ ଅଯୁଗ୍ମ ନିୟମ ପାଳନ କରାଯାଉ ଓ ଏଥିପାଇଁ ଏନଜିଟି ଆବଶ୍ୟକ ନିର୍ଦେଶ ଦିଅନ୍ତୁ । ନଡା କୁଟା ପୋଡାଯିବା କାରଣରୁ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଥିବା ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନିୟମିତ ଅଭିଯୋଗ କରିଆସୁଛନ୍ତି । ନଡା କୁଟା ପୋଡା ବାବଦରେ ଆଲୋଚନା ପାଇଁ କେଜରିୱାଲ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ କେଜରିୱାଲଙ୍କ ଏପରି ନିମନ୍ତ୍ରଣକୁ ଅମରିନ୍ଦର ଅଗ୍ରାହ୍ୟ କରିଦେଇଛନ୍ତି । ଅମରିନ୍ଦର କହିଛନ୍ତି ଯେ ନଡା କୁଟା ପୋଡି ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣ ହେଉଥିବା ନେଇ କେଜରିୱାଲ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ରାଜନୀତି ବ୍ୟତୀତ ଅନ୍ୟ କିଛି ନୁହେଁ । ଦିଲ୍ଲୀ ଭଳି ପଞ୍ଜାବର ସହରାଞ୍ଚଳରେ ମଧ୍ୟ ଅନୁରୂପ ଭାବେ ପ୍ରଦୂଷଣ ଦେଖାଯାଇଛି । ବେଆଇନ ଯାନ ବାହାନ ଚଳାଚଳ ଓ କଳକାରଖାନା ଯୋଗୁଁ ଏହି ପ୍ରଦୂଷଣ ହେଉଛି । ଏହାକୁ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ନିଆଯିବା ଦରକାର ବୋଲି ଅମରିନ୍ଦର କହିଛନ୍ତି । କେଜରିୱାଲ ଯେଉଁଥି ପାଇଁ ବୈଠକ ଡକାଇଛନ୍ତି ତାହା ସମୟ ଅପଚୟ ବ୍ୟତୀତ ଅନ୍ୟକିଛି ନୁହେଁ ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।