ଦାଉଦର ସମ୍ପତ୍ତି ୧୧.୫୮ କୋଟିରେ ନିଲାମ

ଦାଉଦର ସମ୍ପତ୍ତି ୧୧.୫୮ କୋଟିରେ ନିଲାମ

Copy Editor RKD | Published On: Nov 14, 2017 10:58 PM IST |   234

ମୁମ୍ବଇ : କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ନାମରେ ମୁମ୍ବଇରେ ଥିବା କେତେକ ସମ୍ପତ୍ତିକୁ ମଙ୍ଗଳବାର ୧୧.୫୮ କୋଟି ଟଙ୍କାରେ ନିଲାମ କରାଯାଇଛି । ଏଗୁଡିକ ମଧ୍ୟରେ ହୋଟେଲ ରୌନକ୍‌ ଆଫ୍ରୋଜ୍‌ (ଦିଲ୍ଲୀ ଜାଇକା), ସବ୍‌ନମ ଗେଷ୍ଟହାଉସ ଓ ଦାମରୱାଲା ବିଲ୍ଡିଂର ଛଅଟି ପ୍ରକୋଷ୍ଠ ଅନ୍ତର୍ଭୁକ୍ତ । ବିତ୍ତ ମନ୍ତ୍ରଣାଳୟର ସମ୍ପତ୍ତି ବାଜ୍ୟାପ୍ତି ଆଇନ ଅନୁଯାୟୀ ଦାଉଦର ଏହି ସମ୍ପତ୍ତିଗୁଡିକୁ ନିଲାମ କରାଯାଇଛି । ସୈଫି ବୁର୍‌ହାନି ଅପ୍‌ଲିଫ୍ଟମେଣ୍ଟ ଟ୍ରଷ୍ଟ ପକ୍ଷରୁ ରୌନକ୍‌ ଆଫ୍ରୋଜ ହୋଟେଲକୁ ୪.୫୩ କୋଟିରେ, ସବନମ ଗେଷ୍ଟହାଉସକୁ ୩.୫୨ କୋଟିରେ ଓ ଦାମରୱାଲା ବିଲ୍ଡିଂର ୬ଟି ପ୍ରକୋଷ୍ଠକୁ ୩.୫୩ କୋଟି ଟଙ୍କାରେ କିଣାଯାଇଥିବା ପ୍ରକାଶ । ସୂଚନାଯୋଗ୍ୟ ୧୯୯୩ ମୁମ୍ବଇ ସିରିଜ୍‌ ବୋମା ବିସ୍ଫୋରଣ ଘଟଣା ପରେ ଦାଉଦ ଓ ଅନ୍ୟ କେତେକ ସହଯୋଗୀ ମୁମ୍ବଇ ଛାଡି ବିଦେଶରେ ବସବାସ କରୁଛନ୍ତି । ଅଦାଲତଙ୍କ ନିର୍ଦେଶକ୍ରମେ ମୁମ୍ବଇରେ ଥିବା ଦାଉଦର ସମ୍ପତ୍ତିକୁ ନିଲାମ କରାଯାଇଥିବା ପ୍ରକାଶ ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।