ଅଳ୍ପକେ ବର୍ତ୍ତିଲେ ୧୫୯ ଇଣ୍ଡିଗୋ ଯାତ୍ରୀ

ଅଳ୍ପକେ ବର୍ତ୍ତିଲେ ୧୫୯ ଇଣ୍ଡିଗୋ ଯାତ୍ରୀ

Copy Editor RKD | Published On: Nov 14, 2017 10:55 PM IST |   1012

ମୁମ୍ବଇ : ବିଶାଖାପାଟଣାରୁ ହାଇଦରାବାଦ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନର ୧୫୯ ଜଣ ଯାତ୍ରୀ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଗତ ରବିବାର ବିମାନଟି ବିଶାଖାପାଟଣା ବିମାନବନ୍ଦରରୁ ଉଡାଣ ଆରମ୍ଭ କରୁଥିବାବେଳେ ହଠାତ୍‌ ଗୋଟିଏ ବାର୍‌ହା ରନୱେ ଉପରକୁ ଚାଲିଆସିଥିଲା । ଅଟକାଇବାର କୌଣସି ସୁଯୋଗ ନ ଥିବାରୁ ପାଇଲଟ ଅନୋନ୍ୟପାୟ ହୋଇ ବିମାନଟିକୁ ଆକାଶକୁ ଉଠାଇବାପରେ ପୁଣି ରନ୍‌ୱେରେ ଅବତରଣ କରାଇଥିଲେ । ବିମାନଟିକୁ ଭଲଭାବେ ଯାଞ୍ଚ କରାଯିବାପରେ ପ୍ରାୟ ଦେଢ ଘଣ୍ଟା ବିଳମ୍ବରେ ଏହା ପୁଣି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।