‘ପଦ୍ମାବତୀ’କୁ ବିରୋଧ ; କୋଟାରେ ସିନେମା ହଲ୍‌ରେ ଭଙ୍ଗାରୁଜା

‘ପଦ୍ମାବତୀ’କୁ ବିରୋଧ ; କୋଟାରେ ସିନେମା ହଲ୍‌ରେ ଭଙ୍ଗାରୁଜା

Copy Editor | Published On: Nov 14, 2017 10:47 PM IST |   127

ଜୟପୁର : ସଞ୍ଜୟ ଲୀଲା ବଂଶାଲୀଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ପଦ୍ମାବତୀ’କୁ ନେଇ ଲାଗି ରହିଥିବା ବିଦ୍ରୋହ ଏବେ ହିଂସାର ରୂପ ନେଇଛି । ମଙ୍ଗଳବାର କର୍ଣ୍ଣି ସେନାର ସଦସ୍ୟମାନେ ‘ପଦ୍ମାବତୀ’ର ଟ୍ରେଲର ପ୍ରଦର୍ଶନ ହେଉଥିବା ରାଜସ୍ଥାନର କୋଟାର ଏକ ସିନେମା ହଲ୍‌ରେ ଭଙ୍ଗାରୁଜା କରିଛନ୍ତି । ରିପୋର୍ଟ ଅନୁଯାୟୀ କୋଟାର ଆକାଶ ସିନେମା ହଲ୍‌ର କାଉଣ୍ଟର ଓ ଝରକାର କାଚକୁ ବିକ୍ଷୋଭକାରୀମାନେ ଭାଙ୍ଗି ଦେଇଛନ୍ତି । ପୁଲିସ ଏହି ଘଟଣାରେ ୮ଜଣଙ୍କୁ ଗିରଫ କରିଛି । ପଦ୍ମାବତୀ ଚଳଚ୍ଚିତ ସୁଟିଂ ସମୟରେ ମଧ୍ୟ କର୍ଣ୍ଣି ସେନାର ସଦସ୍ୟମାନେ ସୁଟିଂ ସେଟ୍‌ରେ ଭଙ୍ଗାରୁଜା କରିଥିଲେ । ରାଜପୁତ କର୍ଣ୍ଣି ସେନା ଅଭିଯୋଗ କରିଛି ଯେ ଚଳଚ୍ଚିତ୍ରରେ ପଦ୍ମାବତୀଙ୍କ ଚରିତ୍ରକୁ ଭୁଲ୍‌ ଭାବେ ଚିତ୍ରଣ କରାଯାଇଛି । ଏହା ରାଜପୁତ ସମ୍ପ୍ରଦାୟଙ୍କ ପ୍ରତି ଏକ ଅପମାନ । ଏହା ଧାର୍ମିକ ଭାବାବେଗକୁ ମଧ୍ୟ ଆଘାତ ଦେଉଛି । ଅନ୍ୟପଟେ ବିଶ୍ୱ ହିନ୍ଦୁ ପରିଷଦ ନେତା ଆଚାର୍ଯ୍ୟ ଧର୍ମେନ୍ଦ୍ର ମଧ୍ୟ ଏହି ଚଳଚ୍ଚିତ୍ରକୁ ବିରୋଧ କରିବା ସହ କର୍ଣ୍ଣି ସେନା ସପକ୍ଷରେ ମତ ଦେଇଛନ୍ତି । ସେ କହିଛନ୍ତି ଯେ ବିବାଦୀୟ ଚଳଚ୍ଚିତ୍ର ପ୍ରସ୍ତୁତ କରିଥିବା ନିର୍ଦେଶକ ସଞ୍ଜୟଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର । ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ ରାଣୀ ପଦ୍ମାବତୀଙ୍କ ଭୂମିକାରେ ଓ ରଣବୀର ସିଂହ ଆଲ୍ଲାଉଦ୍ଦିନ ଖିଲିଜ୍‌ ଭୂମିକାରେ ଅଭିନୟ କରିଛନ୍ତି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର