ଏକାଠି ବିବାହ ବନ୍ଧନରେ ବାନ୍ଧି ହେଉଥିବା ଟିଭି କଳାକାର

.

Published On: Nov 14, 2017 08:41 PM IST | Updated On: Nov 14, 2017 08:45 PM IST |   1518

ଅଭିଷେକ ବଜାଜ-ଆକାଂକ୍ଷା ଜିନ୍ଦଲ
ସବ୍‌ ଟିଭିରେ ପ୍ରସାରିତ ‘ଦିଲ୍‌ ଧଡକ୍‌ନେ ଦୋ’ର ଅଭିନେତା ଅଭିଷେକ ବଜାଜ ନିଜ ବହୁଦିନର ସମ୍ପର୍କକୁ ବିବାହର ରୂପ ଦେବାକୁ ଯାଉଛନ୍ତି। ଆକାଂକ୍ଷା ଜିନ୍ଦଲଙ୍କୁ ନଭେମ୍ବର ୨୯ରେ ବିବାହ କରିବେ ସେ। ଦିଲ୍ଲୀର ଏକ କମ୍ପାନୀରେ ସେକ୍ରେଟାରୀ ଅଛନ୍ତି ଆକାଂକ୍ଷା। ଅଭିଷେକ ସାତବର୍ଷ ହେବ ସେମାନଙ୍କ ସମ୍ପର୍କ ଲୁଚାଇ ରଖିଥିଲେ। କେବଳ ତାଙ୍କର କେତେଜଣ ଅତି ନିକଟତମ ବନ୍ଧୁ ଏ ବିଷୟରେ ଜାଣିଥିବା ସେ କହନ୍ତି। ୧୯ବର୍ଷ ବୟସରୁ ଆକାଂକ୍ଷାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ ଅଭିଷେକ।

ସଂଗ୍ରାମ ସିଂହ- ଗୁରକିରଣ କୌର
ଲୋକପ୍ରିୟ ଧାରାବାହିକ ‘ୟେ ହେ ମୋହବତେଁ’ର ଖଳନାୟକ ଅଶୋକ ଭୂମିକାରେ ଅଭିନୟ କରୁଥିବା ସଂଗ୍ରାମ ସିଂହ ଡିସେମ୍ବର ୨୫ରେ ହାତକୁ ଦି’ହାତ ହେବେ। ନରୱେର ଝିଅ ଗୁରକିରଣଙ୍କ ସହ ତାଙ୍କର ବିବାହ ହେବାକୁ ଯାଉଛି। ସଂଗ୍ରାମଙ୍କ କହିବାନୁସାରେ ଏହା ଏକ ସ୍ଥିରୀକୃତ ବିବାହ। ତେବେ ଗୁରକିରଣଙ୍କ ପରି ଜୀବନସାଥୀ ପାଉଥିବାରୁ ସେ ଖୁବ୍‌ ଖୁସି।

ଆଶକା ଗୋରାଡ଼ିଆ- ବ୍ରେଣ୍ଟ ଗୋବ୍‌ଲ
ଛୁଟି ବିତାଇବା ଲାଗି ବାହାରକୁ ଯାଇଥିବା ବେଳେ ବ୍ରେଣ୍ଟଙ୍କ ସହ ଆଶ୍‌କାଙ୍କ ପରିଚୟ ହୋଇଥିଲା। ବ୍ରେଣ୍ଟ ପେସାରେ ଜଣେ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷକ। ଏହି ପରିଚୟ ଧୀରେଧୀରେ ଘନିଷ୍ଠ ହେଲା। ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବ୍ରେଣ୍ଟ ଖୁବ୍‌ ପସନ୍ଦ କରୁଥିବାରୁ ଆସନ୍ତା ଡିସେମ୍ବରରେ ସେମାନେ ଗୁଜରାଟୀ ଶୈଳୀରେ ବିବାହ କରିବେ। ଅହମ୍ମଦାବାଦଠାରେ ତିନିଦିନ ଧରି ଏହି ବିବାହ ସମାରୋହ ଅନୁଷ୍ଠିତ ହେବ।

ପୂଜା ବାନାର୍ଜୀ- କୁନାଲ ବର୍ମା
ଏବେ କଲର୍ସ ଚ୍ୟାନେଲରେ ପ୍ରସାରିତ ‘ଦେବ୍‌’ର ମହକ ଭୂମିକାରେ ଅଭିନୟ କରୁଥିବା ପୂଜା ବାନାର୍ଜୀ ଏବଂ ‘ଦିଲ୍‌ ସେ ଦିଲ୍‌ ତକ୍‌ ଫେମ୍‌’ କୁନାଲ ବର୍ମା ଅଗଷ୍ଟ ୧୬ତାରିଖରେ ନିର୍ବନ୍ଧ କରିସାରିଛନ୍ତି। ‘ତୁଝ୍‌ ସଙ୍ଗ୍‌ ପ୍ରୀତ ଲଗାଇ ସଜ୍‌ନା’ ସେଟ୍‌ରୁ ଦୁହେଁ ପରସ୍ପର ପ୍ରତି ଆକୃଷ୍ଟ ହୋଇଥିଲେ। ମଝିରେ ସେମାନଙ୍କର ବ୍ରେକ୍‌ଅପ୍‌ ବି ହୋଇଯାଇଥିଲା। ତେବେ ପୁଣି ଦୁହେଁ ପରସ୍ପରର ଆବଶ୍ୟକତା ବୁଝିପାରିଲେ ଏବଂ ଏକାଠି ହୋଇଗଲେ। ଏବେ ଖାଲି ବାହାଘର ତାରିଖକୁ ଅପେକ୍ଷା ଯାହା ଏହି ବର୍ଷ ଶେଷ ହେବା ମଧ୍ୟରେ ସ୍ଥିର ହୋଇଯିବ ବୋଲି ଆଶା କରାଯାଉଛି।

ନମନ୍‌ ଶ’- ନେହା ମିଶ୍ର
ଷ୍ଟାରପ୍ଲସ୍‌ର ଲୋକପ୍ରିୟ ଧାରାବାହିକୀ ‘କ୍ୟୁଁ କି ଶାଶ୍‌ ଭି କଭି ବହୂ ଥି’ର ନକୁଲ ବିରାନୀ ଚରିତ୍ରରେ ଅଭିନୟ କରି ପ୍ରଖ୍ୟାତ ହୋଇଥିବା ନମନ୍‌ ନିଜର ପ୍ରିୟ ବାନ୍ଧବୀ ନେହାଙ୍କୁ ଖୁବ୍‌ ଶୀଘ୍ର ବିବାହ କରିବେ। ଏଥିପାଇଁ ନଭେମ୍ବର ୨୩ତାରିଖ ଦିନ ଧାର୍ଯ୍ୟ ହୋଇଛି। ଆଠବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ବନ୍ଧୁତା ରହିଆସିଥିବା ବେଳେ ନମନ୍‌ଙ୍କ ପିତାମାତା ବି ନେହାଙ୍କୁ ଖୁବ୍‌ ପସନ୍ଦ କରନ୍ତି। ଜୁନ୍‌ ୪ତାରିଖରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା।
ପୂଜା ସିଂହ- କପିଲ ଛଟ୍ଟାନି
‘ଦିଲ୍‌ ସେ ଦିଲ୍‌ ତକ୍‌’ରେ ଫୋରମ୍‌ ଭାନୁଶାଲୀ ଭୂମିକାରେ ଅଭିନୟ କରୁଥିବା ତଥା ‘ଦୀୟା ଔର ବାତୀ ହମ୍‌’ର ଏମିଲି ହୋଇଥିବା ପୂଜା ଆଠବର୍ଷର ସମ୍ପର୍କ ପରେ ବିବାହ କରିବାକୁ ପ୍ରସ୍ତୁତ। ୨୦୦୯ ମସିହାରୁ ସଫ୍ଟୱେର ଇଞ୍ଜିନିୟର କପିଲ ଛଟ୍ଟାନିଙ୍କ ସହିତ ଘନିଷ୍ଠ ହୋଇଆସିଥିଲେ ସେ। ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୫ ତାରିଖରେ ଜାମସେଦପୁରଠାରେ ପୂଜାଙ୍କ ଘରେ ଏହି ବିବାହ ହେବାର କାର୍ଯ୍ୟକ୍ରମ ରହିଛି। ଗତ ଜୁନ୍‌ ମାସରେ କପିଲଙ୍କ ସହ ଫଟୋଶୁଟ୍‌ କରିବା ପରେ ଏଭଳି ଖବର ଦେଇ ସେ ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର