ଶିଶୁ ଦିବସପାଳନ ବେଳେ ପୋଖରୀରେ ବୁଡି ଗଲେ ତୃତୀୟ ଶ୍ରେଣୀ ଛାତ୍ର

,

Published On: Nov 14, 2017 06:09 PM IST | Updated On: Nov 14, 2017 06:55 PM IST |   221

ପିପିଲି : ପିପିଲି ବ୍ଲକ କଣ୍ଟି ପଞ୍ଚାୟତରେ ଥିବା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର ବିଶ୍ୱ ରଞ୍ଜନ ବାରିକଙ୍କର ଏକ ପୋଖରୀରେ ବୁଡି ମୃତ୍ୟୁ ହୋଇଛି।  ବିଶ୍ୱ ରଞ୍ଜନ ଶିଶୁ ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ବିଦ୍ୟାଳୟକୁ ଆସିଥିଲେ। କୌଣସି କାରଣରୁ ସେ ପୋଖରୁ ନିକଟକୁ ଯାଇଥିବା ବେଳେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକ ଟାୟାର ଜାଳି ପିପିଲି-ଜଟଣୀ ରାସ୍ତାକୁ ଅବରୋଧ କରିଥିଲେ। ପରେ ସ୍ଥାନୀୟ ଥାନା ଅଧିକାରୀ ଓ ତହସିଲଦାର ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିବା ବେଳେ ଆଉ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତାରୋକ ଉଠିଥିଲା।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର