ଲଘୁଚାପ ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା, ବଢିବ ଶୀତ

.

Published On: Nov 14, 2017 05:37 PM IST | Updated On: Nov 14, 2017 05:46 PM IST |   3953

ଭୁବନେଶ୍ୱର: ତାମିଲନାଡୁ ଉପକୂଳରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଉତ୍ତର , ଉତ୍ତର-ପୂର୍ବ ଦିଗରେ ଗତି କରୁଛି । ମଙ୍ଗଳବାର ଅପରାହ୍ନ ସୁଦ୍ଧା ଏହା ଗୋପଳପୁରରୁ ୫୮୦ କିଲୋମିଟର ଦୂରରେ ଘନୀଭୂତ ହୋଇଥିଲା । ଏହାର ପ୍ରଭାବର ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ମଙ୍ଗଳବାର ରାତି ଓ ବୁଧବାର ସକାଳେ  ଓଡିଶାର ଦକ୍ଷିଣ ଉପକୂଳ ସହ ରାୟଗଡା,  ଫୁଲବାଣୀ, ନୟାଗଡ ଓ ଗଜପତିରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବୁଧବାର ଓ ଗୁରୁବାରରେ ଅଭ୍ୟନ୍ତରୀଣ ଓଡିଶାର ସଗୋଟିଏ ଦୁଇଟି ସ୍ଥାନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରା ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡିଶାର କେତକ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ୧୮ ତାରିଖ ଆଡକୁ ବର୍ଷାର ପରିମାଣ କମିବ ୧୯ ତାରିଖରୁ ଶୁଖିଲା ପାଗ ହେବା ସହ ରାତିର ତାପମାତ୍ରା କମିବ ବୋଲି ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଲଘୁଚାପର ପ୍ରଭାବରେ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବା ସହ ୪୦ରୁ ୪୫ କିଲୋମିଟର ବେଗରେ ପବନ ପାରେ , ଏହି ସମୟରେ ସମୁଦ୍ର ଭିତରକୁ ମତ୍ସଜୀବୀ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର