ସମାଜର କର୍ମଚାରୀଙ୍କୁ ହାଣି ବାଇକ ଲୁଟିନେଲେ ଦୁର୍ବୃତ୍ତ

.

Published On: Nov 14, 2017 04:36 PM IST | Updated On: Nov 14, 2017 04:57 PM IST |   234

କଟକ: ଦୈନିକ ଖବରକାଗଜ ସମାଜର ଜଣେ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ମଙ୍ଗଳବାର ସକାଳୁ କାମ ସାରି ଘରକୁ ଫେରୁଥିବା ବେଳେ କଟକ ସଦର ଥାନା ଅନ୍ତର୍ଗତ ଗୋପଳପୁରରେ ଚନ୍ଦ୍ରମଣି ପରିଡା ନାମକ କର୍ମଚାରୀ ଲୁଟର ଶିକାର ହୋଇଛନ୍ତି । ଦୁର୍ବୃତ୍ତମାନେ ତାଙ୍କୁ ହାଣି ଦେବା ସହ ତାଙ୍କ ବାଇକକୁ ଲୁଟି ନେଇଛନ୍ତି । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବଡ ମେଡିକାଲରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡିଛି ।  

ସୂଚନାଯୋଗ୍ୟ, ଚନ୍ଦ୍ରମଣି ପରିଡା ମଙ୍ଗଳବାର ସକାଳୁ କାମ ସାରି ଘରକୁ ଫେରୁଥିବା ବେଳେ ସଦରଥାନା ନିକଟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଗାଡି ଚାବି ମାଗିଥିଲେ । ସେ ଚାବି ନ ଦେବରୁ ତାଙ୍କୁ ଛୁରି ଓ ଭୂଜାଲିରେ  ମରଣାନ୍ତକ ଅକ୍ରମଣ କରିବା ସହ ଗାଡି ଛଢାଇ ନେଇ ଯାଇଥିଲେ । ସେ ଜାତୀୟ ରାଜପଥ କଡରେ ରକ୍ତାକ୍ତ  ଅବସ୍ଥାରେ ପଡି ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ମେଡିକାଲରେ ଭର୍ତ୍ତି କରିଥିଲେ । ତାଙ୍କ ପିଠି, ଦୁଇ ହାତ ଓ ଜଙ୍ଘରେ ଆକ୍ରମଣ ଯୋଗୁଁ ଗଭୀର କ୍ଷତ ସୃଷ୍ଟି ହୋଇଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।