ରସଗୋଲା ଯୁଦ୍ଧରେ ବାଜି ମାରିଲା ପଶ୍ଚିମବଙ୍ଗ

.

Published On: Nov 14, 2017 03:17 PM IST | Updated On: Nov 14, 2017 03:18 PM IST |   1653


କଟକ: ରସଗୋଲା ବିବାଦର ଆଜି ଅନ୍ତ ଘଟିଛି । ଦୀର୍ଘ ଦୁଇ ବର୍ଷ ଧରି ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ରସଗୋଲା ଯୁଦ୍ଧରେ ପଶ୍ଚିମବଙ୍ଗ ଜିତାପଟ ହାସଲ କରିଛି । ଏହି ରସଗୋଲା ଯୁଦ୍ଧରେ ଶେଷରେ ଓଡିଶା ହାର ମାନିଥିବା ବେଳେ ‘ଜିଆଇ ଟ୍ୟାଗ’ ପଶ୍ଚିମବଙ୍ଗକୁ ମିଳିଛି ।

ସୂଚନାଯୋଗ୍ୟ, ୨୦୧୫ରେ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ରସଗୋଲାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ରସଗୋଲାକୁ ନିଜର ବୋଲି ଦାବି କରିବା ସହ ଜିଆଇ ଟ୍ୟାଗ ହାସଲ ପାଇଁ ପଶ୍ଚିମବଙ୍ଗ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ କରିବା ପରେ ଓଡିଶା ସରକାରଙ୍କ ନିଦ ଭାଙ୍ଗିଥିଲା । ଆଉ ଏହାକୁ ନେଇ ଗଠନ ହୋଇଥିଲା କମିଟି । ଏଥିସହ ପାହାଳଠାରେ ଏକ ରସଗୋଲା କ୍ଲଷ୍ଟର ପ୍ରତିଷ୍ଠା କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ହେଲେ ଏହି କମିଟି ରସଗୋଲା ସଂପର୍କିତ ତଥ୍ୟ ରଖିବା ନେଇ ଏକ ପ୍ରକାର ବିଫଳ ହୋଇଥିଲା । ସେହିପରି ପଶ୍ଚିମବଙ୍ଗ ସରକାର ସ୍ଥାନୀୟ ରସଗୋଲାକୁ ଜିଆଇର ମାନ୍ୟତା ଦେବା ପାଇଁ ଚେନ୍ନାଇସ୍ଥିତ ଭାରତୀୟ ଭୌତ୍ତିକ ସଂପତ୍ତି କାର୍ୟ୍ୟାଳୟରେ ଏଥିପାଇଁ ଆବେଦନ କରିସାରିଥିଲେ । ତେବେ ରାଜ୍ୟ ସରକାର ଓଡ଼ିଶାରେ ରସଗୋଲାର ଉତ୍ପତ୍ତିକୁ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗକୁ ଦାୟିତ୍ୱ ଦେଇଥିଲେ। ବିଭାଗ ପକ୍ଷରୁ ଏଥିପାଇଁ କମିଟି ଗଠନ କରାଯାଇ ରସଗୋଲାର ଉତ୍ପତ୍ତି ସଂପର୍କରେ ଖୋଳତାଡ଼ ଆରମ୍ଭ ହୋଇଥିଲା । କମିଟି ପକ୍ଷରୁ ବର୍ଷେ ହେବ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ଦେଇଥିଲେ ହେଁ, ସରକାର ଏହା ଉପରେ ବିଶେଷଭାବେ ଆଗେଇ ନ ଥିଲେ।


ରସଗୋଲା ଓଡ଼ିଶାର ଏନେଇ ଅନେକ ପ୍ରମାଣ ରହିଛି । ଜଗନ୍ନାଥ ମନ୍ଦିରରେ ରସଗୋଲାର ବ୍ୟବହାର ଅନେକ ଶତାବ୍ଦୀ ତଳୁ ହୋଇ ଆସୁଛି । ତେବେ ଏହା କେବେ ଆରମ୍ଭ ହେଲା ତାହା ବାବଦରେ କୌଣସି ସଠିକ ପ୍ରମାଣ ନାହିଁ । ରଥଯାତ୍ରା ସମୟରେ ଅଭିମାନିନୀ ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ଜଗନ୍ନାଥ ତାଙ୍କୁ ରସଗୋଲା ଖୁଆନ୍ତି । ଏହି ରସଗୋଲା ଖୁଆଇବା ବିଧି ବଡ଼ଦେଉଳରେ ୬୦୦ରୁ ଅଧିକ ବର୍ଷର ପୁରୁଣା । ଉନ୍ନବିଂଶ ଶତାବ୍ଦୀର ଶେଷ ଆଡ଼କୁ କେଳୁ ଚରଣ ବେହେରା ପାହାଳ ଠାରେ ରସଗୋଲା ପ୍ରସ୍ତୁତକରି ବ୍ୟବସାୟ ଆରମ୍ଭ କରିଥିଲେ ।


ସେହିପରି ପଶ୍ଚିମବଙ୍ଗ ସରକାରର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ରସଗୋଲାର ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ତଥା ଭୌଗୋଳିକ ସଙ୍କେତ(ଜିଆଇ)ର ମାନ୍ୟତା ପାଇଁ ଆବେଦନ କରିବା ସହିତ ଅଦାଲତରେ ଯାଚିକା ଦାୟର କରାଯିବ। ଜିଆଇ ଏମିତି ଏକ ସଂସ୍ଥା ଯିଏ ଉତ୍ପ।ଦର ଉତ୍ପତ୍ତି ସ୍ଥଳ ଚିହ୍ନଟ କରିଥାଏ। ପଶ୍ଚିମବଙ୍ଗ ସରକାର ଅଷ୍ଟାଦଶ ଶତାବ୍ଦୀରେ ପ୍ରସିଦ୍ଧ ମହୁର ନିର୍ମାତା ନବୀନ ଚୈନ୍ଦା ଦାସ ଦ୍ଵାରା ରସଗୋଲା ତିଆରି ହୋଇଥିବା ଯୁକ୍ତି ବାଢ଼ିଛି। ଏହା ଉନବିଂଶ ଶତାବ୍ଦୀରେ ହୋଇଥିବା ପଶ୍ଚିମବଙ୍ଗ ସରକାର କହିଛନ୍ତି।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର