ଭାଷା ହେଉଛି ଆମର ଗର୍ବ, ଓଡିଆ ଭାଷା ପ୍ରତି ଆଦର ବୃଦ୍ଧି ଆମର ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

.

Published On: Nov 14, 2017 02:18 PM IST | Updated On: Nov 14, 2017 06:55 PM IST |   472


ଭୁବନେଶ୍ୱର: ମଙ୍ଗଳବାର ଶିଶୁ ଦିବସ ଅବସରେ ଭୁବନେଶ୍ୱର କ୍ୟାପିଟାଲ ହାଇସ୍କୁଲରେ ରାଜ୍ୟସ୍ତରୀୟ ଶିଶୁ ଦିବସ ଉତ୍ସବ ବଡ ଧୁମଧାମରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉଦବୋଧନା ଦେଇ କହିଛନ୍ତି, ଭାଷା ହେଉଛି ଆମର ଗର୍ବ, ଓଡିଆ ଭାଷ ପ୍ରତି ଆଦର ବୃଦ୍ଧି ଆମର ଲକ୍ଷ୍ୟ । ଏଥିପାଇଁ ଓଡିଆ ଭାଷାରେ ଅଧିକ ନମ୍ବର ରଖିଥିବା ପ୍ରତି ବ୍ଲକରେ ୧୦ଜଣ ପିଲାଙ୍କୁ ପାଞ୍ଚ ହଜାର ଲେଖାଏଁ ପୁରସ୍କାର ଦିଆଯିବ । ସେହିପରି ସାରା ରାଜ୍ୟରେ ଦଶମ ଶ୍ରେଣୀ ପରୀକ୍ଷାରେ ଭଲ ନମ୍ବର ରଖିଥିବା ୪୦ ହଜାର ପିଲାଙ୍କୁ ୫ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ‘ଦୃଢ ଇଚ୍ଛା ଶକ୍ତି ସହ ପାଠ ପଢ ଓ ଆଗକୁ ବଢ’ । “ପିଲାମାନେ ପାଠପଢ଼ା ସହ କ୍ରୀଡା,ସଂଗୀତ, ସମାଜସେବା ସବୁ କ୍ଷେତ୍ରରେ ଓଡିଶାର ଟେକ ରଖନ୍ତୁ। ପଂଚସଖାଙ୍କ ଭାର୍ଗବୀ ଶପଥ ସମ୍ପର୍କରେ ସ୍ମରଣ କରାଇ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶାର ସ୍ୱାଭିମାନର ବିକାଶ ପାଇଁ ପିଲାମାନେ ଆଗକୁ ଆସନ୍ତୁ । ଓଡିଶା ବାହାରେ ଆମ ପିଲା ଭଲ କରିଥିବାରୁ ମୁଁ ଗର୍ବିତ ବୋଲି ସେ କହିଥିଲେ ।

ସେହିପରି ପୁରୁଣା ଛାତ୍ରଙ୍କୁ ସ୍କୁଲ ସହ ଯୋଡିବା ପାଇଁ ‘ମୋ ସ୍କୁଲ କ୍ୟାମ୍ପେନ’ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ଶହେ କୋଟିଟଙ୍କାର କର୍ପସ ପାଣ୍ଠି ଗଠନ ବିଷୟରେ ଘୋଷଣା କରିଥିଲେ । ଆଗ୍ରହୀ ବ୍ୟକ୍ତିମାନେ ସ୍କୁଲରେ ବିଜ୍ଞାନଗାର, ଲାଇବ୍ରେରୀ ସ୍ଥାପନା ସହ କ୍ରୀଡାର ବିକାଶ ଓ ଶିକ୍ଷାଦାନ ଆଦି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଯଦି କୈାଣସି ବ୍ୟକ୍ତି କୌଣସି ସ୍କୁଲର ବିକାଶ ପାଇଁ କିଛି ଅ ର୍ଥ ଦାନ କରନ୍ତି, ତେବେ ସରକାର ତାର ଦୁଇ ଗୁଣ ଅର୍ଥ ଦାନ କରିବେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।