ଆଧାରକାର୍ଡ ପାଇଁ ଟଙ୍କା ଲାଞ୍ଚ ଅଭିଯୋଗ

ଭିଡିଓ ହେଲା ଭାଇରାଲ

Published On: Nov 14, 2017 01:15 PM IST | Updated On: Nov 14, 2017 06:05 PM IST |   521

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ବ୍ଳକରେ ଆଧାରକାର୍ଡ ନିମନ୍ତେ ଗରିବ ଆଦିବାସୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି । ଏହି ବ୍ଳକର ପ୍ରାୟ ଏକ ହଜାରରୁ ଉର୍ଦ୍ଧ କୋୟା ଓ ବିଜୟା ଆଦିବାସୀ ବସବାସ କରନ୍ତି । ଆଧାରକାର୍ଡ ନିମନ୍ତେ ସେମାନଙ୍କୁ ତହସିଲ କାର୍ଯ୍ୟାଳୟରେ ମଧ୍ୟ ରାତି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିବା ବେଳେ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ଲାଞ୍ଚ ମାଗୁ ଥିବା ଅଭିଯୋଗ ହୋଇଛି। ଯାହାର ଏକ ଭିଡିଓ ରେକର୍ଡ ହୋଇ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି । ଏହାକୁ ନେଇ ପ୍ରଶାସନ ତରଫରୁ କୌଣସି ପତିକ୍ରିୟା ମିଳି ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ତେବେ ସ୍ବଚ୍ଛ ଶାସନକୁ ଡିମଡିମା ପିଟୁଥିବା ଜିଲା ପ୍ରଶାସନ ଏହି ଭାଇରାଲ ଭିଡିଓରେ ଟଙ୍କା ମାଗୁଥିବା ଅଭିଯୁକ୍ତଙ୍କ ବିରୋଧ କ’ଣ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବେ ତାହା ବର୍ତ୍ତମାନ ଦେଖିବା ବାକି ରହିଲା।

ନିମ୍ନରେ ଏହାର ଭିଡିଓ ଦେଖନ୍ତୁ-

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର