ଶିଶୁଦିବସରେ ଶିଶୁଙ୍କ ଅଭିନବ ପ୍ରତିବାଦ

ଶିକ୍ଷକ ନିଯୁକ୍ତି ଦାବି ନେଇ ରାସ୍ତାରେ ବସିଲେ କୋମଳମତି ଶିଶୁ

Published On: Nov 14, 2017 12:35 PM IST | Updated On: Nov 14, 2017 12:41 PM IST |   385


ମାଲକାନଗିରି: ଶିଶୁଦିବସରେ ଶିଶୁଙ୍କ ଅଭିନବ ପ୍ରତିବାଦ ମାଓପ୍ରବଣ ମାଲକାନଗିରି ଜିଲାରେ ଦେଖିବାକୁ ମିଳିଛି । ଖଇରପୁଟ ବ୍ଳକ୍ ଅନ୍ତର୍ଗତ ଆମ୍ବିଲବେଡା ଉନ୍ନତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶହ ଶହ ଛାତ୍ରଛାତ୍ରୀ ଗୋବିନ୍ଦପାଲି ବାଲିମେଳା ରାସ୍ତା ଅବରୋଧ କରି ଆନ୍ଦେଳନରେ ବସିଛନ୍ତି । ଛାତ୍ରଛାତ୍ରୀଙ୍କ ଦାବି ହେଲା ତାଙ୍କ ବିଦ୍ୟାଳୟରେ ନିୟମିତ ଶିକ୍ଷକ ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ପ୍ରଶାସନ ଉଚ୍ଚବିଦ୍ୟାଳୟ ଖୋଲିଦେବା ପରେ ଏଠାରେ ଶିକ୍ଷାଦାନ ପାଇଁ କୌଣସି ଶିକ୍ଷକ ନିଯୁକ୍ତି କରି ନାହାଁନ୍ତି । ତେଣୁ ଶିକ୍ଷକ ନିଯୁକ୍ତି ହେବା ନେଇ ଜିଲାପାଳଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ନ ମିଳିବା ଯାଏଁ ସେମାନେ ରାସ୍ତାରୋକରୁ ହଟିବେ ନାହିଁ ବୋଲି ଛାତ୍ରଛାତ୍ରୀ ଅଡି ବସିଛନ୍ତି। ଅନ୍ୟପକ୍ଷରେ ପୁଲିସ, ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍ ଧରି ବସିଛନ୍ତି।

ଗୋଟିଏ ପଟେ ଭୁବନେଶ୍ବର କ୍ୟାପିଟାଲ ଉଚ୍ଚବିଦ୍ୟାଳୟରେ ରାଜ୍ୟସ୍ତରୀୟ ଶିଶୁ ଦିବସକୁ ବଡ ଧୁମଧାମରେ ପାଳନ କରାଯାଉଥିବା ବେଳେ ମାଓପ୍ରବଣ ମାଲକାନଗିରି ଜିଲାରେ ଏହି କୋମଳମତି ଶିଶୁ ଶିକ୍ଷା ଅଧିକାର ପାଇଁ ରାସ୍ତାରେ ବସିଛନ୍ତି । ଏହାକୁ ରାଜନୌତିକ ସ୍ତରରେ ଚର୍ଚା ଜୋର ଧରିଥିବା ବେଳେ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି ।

 

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର