ପ୍ରଦୂଷଣରୁ ବଞ୍ଚିବାକୁ ଗୁଡ ଖାଆନ୍ତୁ

ଦିଲ୍ଲୀ ପ୍ରଦୂଷଣ ନିମନ୍ତେ ସର୍ବୋତ୍ତମ ଖାଦ୍ୟ

Published On: Nov 13, 2017 04:32 PM IST | Updated On: Nov 13, 2017 04:33 PM IST |   1068

 

ରାଜଧାନୀ ଦିଲ୍ଲୀର ମାତ୍ରାଧିକ ପ୍ରଦୂଷଣକୁ ନେଇ ବର୍ତ୍ତମାନ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଚାଲିଛି। ବିଶେଷଜ୍ଞଙ୍କ ମତ ଅନୁଯାୟୀ ୨୦୧୭ରେ ଦିଲ୍ଲୀର ପ୍ରଦୂଷଣ ବେଜିଂକୁ ମଧ୍ୟ ଅତିକ୍ରମ କରିଯିବ । ଦିଲ୍ଲୀକୁ ଏହି ସମୟରେ ଆସୁଥିବା ପର୍ୟ୍ୟଟକଙ୍କ ମତରେ, ଜଳବାୟୁ ଖୁବ୍ ଅସ୍ବସ୍ତିକର ଲାଗିବା ସହ ନାକରେ ଜ୍ବାଳା ହେଉଛି । ଦିଲ୍ଲୀ ବାସିନ୍ଦା ସହ ପର୍ୟ୍ୟଟକମାନେ କିପରି ସୁରକ୍ଷିତ ରହିବେ, ସେ ନେଇ ଖାଦ୍ୟ ବିଶେଷଜ୍ଞମାନେ ଖାଦ୍ୟ ତାଲିକା ପ୍ରସ୍ତୁତ କରିଛନ୍ତି । ପ୍ରଦୂଷଣରୁ ବର୍ତ୍ତିବା ନିମନ୍ତେ ଡ୍ରାଏଫ୍ରୁଟସ୍ କିମ୍ବା ସବୁଜ ପନିପରିବା ଖାଇଲେ ମଧ୍ୟ, ତାହା ସ୍ବାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇ ପାରେନାହିଁ । ପ୍ରଦୂଷଣ ସହ ଖାପଖୁଆଇ ଚଳିବା ନିମନ୍ତେ ପ୍ରତ୍ୟେକ ଲୋକ ଦୈନିକ ଅଳ୍ପ ପରିମାଣର ଗୁଡ଼ ଖାଇବା ଉଚିତ । 


୧. ଗୁଡ଼ ଖାଇବା ଦ୍ବାରା ଫୁସଫୁସ ସଂକ୍ରମଣରୁ ରକ୍ଷା ପାଇବା ସହ ନିଶ୍ବାସ ନେବାରେ କଷ୍ଟ ହୁଏ ନାହିଁ।


୨. ଶ୍ବାସରୋଗୀଙ୍କ ନିମନ୍ତେ ଦିଲ୍ଲୀର ଏହି ପ୍ରଦୂଷଣ ଖୁବ୍ କ୍ଷତିକାରକ । ସେମାନେ ମଧ୍ୟ ୧ଚାମଚ ଲେଖାଏଁ ଗୁଡ଼ ଖାଇବା ଉପକାରୀ ।


୩. ଖାଦ୍ୟ ହଜମ କରାଇବାରେ ସାହାଯ୍ୟ କରୁଥିବା ଗୁଡ଼ ଶରୀର ନିମନ୍ତେ ଉତ୍ତମ ଆଣ୍ଟି-ଅକ୍ସିଡାଣ୍ଟ ପରି କାମ କରେ। ଏହି କାରଣରୁ ଖାଦ୍ୟ ବିଶେଷଜ୍ଞମାନେ ଦିଲ୍ଲୀନିବାସୀଙ୍କୁ ପ୍ରତ୍ୟହ ଗୁଡ଼ ଖାଇବାକୁ ପରାମର୍ଶ ଦେଇଛନ୍ତି।  

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର