ବଳାତ୍କାର ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ମା’, ଝିଅ

ବଳାତ୍କାର ଭୟରେ ଚଳନ୍ତା ଟ୍ରେନରୁ ଡେଇଁଲେ ମା’, ଝିଅ

Copy Editor AH | Published On: Nov 13, 2017 06:20 AM IST |   771

କାନପୁର : ବଳାତ୍କାର ଭୟରେ ଜଣେ ମହିଳା ତାଙ୍କର ନାବାଳିକା ଝିଅକୁ ଧରି ଚଳନ୍ତା ଟ୍ରେନରୁ ଡେଇଁପଡିଛନ୍ତି । ଶନିବାର ଘଟଣାଟି ଘଟିଛି ଉତ୍ତର ପ୍ରଦେଶର କାନପୁର ସହରରେ । ୪୦ ବର୍ଷୀୟା ଏହି ମହିଳା ଓ ତାଙ୍କର ୧୫ ବର୍ଷର ଝିଅ ହାୱଡା-ଯୋଧପୁର ଏକ୍ସପ୍ରେସ ଯୋଗେ କଲକାତାରୁ ଦିଲ୍ଲୀ ଯାତ୍ରା କରୁଥିଲେ । ତେବେ ଟ୍ରେନଟି ଚନ୍ଦାରି ଓ କାନପୁର ଷ୍ଟେସନ ମଝିରେ ଚାଲୁଥିବାବେଳେ ଉକ୍ତ ବଗିରେ ଥିବା କେତେକ ଅସାମାଜିକ ବ୍ୟକ୍ତି ବଳାତ୍କାର ଉଦେଶ୍ୟରେ ଝିଅକୁ ଶୌଚାଳୟକୁ ଟାଣିନେଇଥିଲେ । ସଂଖ୍ୟାଧିକ ଲୋକଙ୍କ ମୁକାବିଲା କରିବାରେ ଅସମର୍ଥ ହେବା ଜାଣି ଉଭୟ ମାଆ ଓ ଝିଅ ଚଳନ୍ତା ଟ୍ରେନରୁ ଡେଇଁପଡିଥିଲେ । ପ୍ରାୟ ଦୁଇ ଘଣ୍ଟା ଚେତାଶୂନ୍ୟଭାବେ ପଡିରହିବାପରେ ସେମାନଙ୍କର ହୋସ୍‌ ଆସିଥିଲା । ଗୁରୁତର ଅବସ୍ଥାରେ ଚାଲି ଚାଲି ଚନ୍ଦାରି ଷ୍ଟେସନରେ ପହଞ୍ଚିବାପରେ ଲୋକେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହାସପାତାଳକୁ ପଠାଇଥିଲେ । ମହିଳାଙ୍କ ଏତଲାକୁ ଭିତ୍ତିକରି ରେଳବାଇ ପୁଲିସ ଏକ ମାମଲା ରୁଜୁ କରିଛି । ମହିଳାଙ୍କ ବୟାନ ଅନୁଯାୟୀ ଟ୍ରେନଟି ହାୱଡା ଷ୍ଟେସନ ଛାଡିବା ପରଠାରୁ ବଗିରେ ଥିବା ୧୦/୧୫ ଜଣ ବ୍ୟକ୍ତି ତାଙ୍କ ଝିଅକୁ କମେଣ୍ଟ ମାରିବା ଆରମ୍ଭ କରିଥିଲେ । ଏପରିକି ଆହ୍ଲାବାଦ ଷ୍ଟେସନ ପୂର୍ବରୁ ସେମାନେ ନାବାଳିକାକୁ ଟଣାଓଟରା କରିବାକୁ ଉଦ୍ୟମ କରିଥିଲେ । ମହିଳା ଜଣକ ବଗିରେ ମୁତୟନ ରେଳବାଇ ପୁୁଲିସକୁ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନଥିଲା । ପୁଲିସ ଜଣକ ପ୍ରଥମେ ବଗିରେ ଥିବା ଅସାମାଜିକ ଗୋଷ୍ଠୀର ତିନିଜଣଙ୍କୁ ଚାପୁଡା ମାରିବା ସହ ଗିରଫ ଧମକ ଦେଇଥିଲେ । ତେବେ ଲାଞ୍ଚ ମିଳିବାପରେ ପୁଲିସ ବାବୁଙ୍କ ଆଉ ଦେଖା ମିଳିନଥିଲା ବୋଲି ମହିଳା ଅଭିଯୋଗ କରିଛନ୍ତି । ମହିଳାଙ୍କ ସ୍ୱାମୀ ଦିଲ୍ଲୀର ଏକ ଘରୋଇ କମ୍ପାନୀରେ ଚାକିରି କରୁଥିବାବେଳେ ନାବାଳିକା ନବମ ଶ୍ରେଣୀରେ ପଢୁଛନ୍ତି ।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।