ବରୋଦା ଓ ମଧ୍ୟପ୍ରଦେଶ ମ୍ୟାଚ୍‌ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା

ଶାହା ଓ ମଙ୍ଗରାଜଙ୍କ ସ୍ଥାନରେ ରାୱତ, ଶୁଭମ୍‌

Copy Editor | Published On: Nov 13, 2017 06:08 AM IST |   180

କଟକ : ଚଳିତ ସିଜିନ୍‌ରେ ତା’ର ଶେଷ ୨ଟି ଲିଗ୍‌ ମ୍ୟାଚ୍‌ ପାଇଁ ଓଡ଼ିଶାର ରଣଜୀ ଟ୍ରଫି ଦଳ ରବିବାର ସନ୍ଧ୍ୟାରେ ଘୋଷଣା କରାଯାଇଛି । ନଭେମ୍ବର ୧୭ରୁ ୨୦ ପର୍ଯ୍ୟନ୍ତ ବରୋଦାରେ ବରୋଦା ବିରୋଧରେ ଏବଂ ନଭେମ୍ବର ୨୫ରୁ ୨୮ ପର୍ଯ୍ୟନ୍ତ ଇନେ୍ଦାରରେ ଘରୋଇ ମଧ୍ୟପ୍ରଦେଶ ବିରୋଧରେ ଓଡ଼ିଶା ଦଳ ଏହି ୨ଟି ରଣଜୀ ମ୍ୟାଚ୍‌ ଖେଳିବ । ଏହି ୨ଟି ମ୍ୟାଚ୍‌ ପାଇଁ ରବିବାର ଘୋଷଣା କରା ଯାଇଥିବା ୧୫ ଜଣିଆ ଓଡ଼ିଶା ଦଳରେ ୨ଟି ପରିବର୍ତ୍ତନ କରାଯାଇଛି । ବ୍ୟାଟ୍‌ସମ୍ୟାନ୍‌ ଅବିନାଶ ଶାହାଙ୍କ ସ୍ଥାନରେ ୨ୟ ୱିକେଟ ରକ୍ଷକ ଭାବେ ସୌରଭ ରାୱତ ଏବଂ ପେସ୍‌ ବୋଲର ଆଲୋକ ମଙ୍ଗରାଜଙ୍କ ସ୍ଥାନରେ ଯୁବ ଅଫ୍‌ସ୍ପିନର ଶୁଭମ୍‌ ନାୟକଙ୍କୁ ଘୋଷିତ ଦଳରେ ସ୍ଥାନ ଦିଆଯାଇଛି । ରବିବାର ସନ୍ଧ୍ୟାରେ ଓଡ଼ିଶା ସିନିୟର ମନୋନୟନ କମିଟିର ବୈଠକ ବସି ଏହି ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଟାଙ୍ଗୀର ଡ୍ରିମ୍‌ସ କ୍ରିକେଟ ଗ୍ରାଉଣ୍ଡରେ ତାମିଲନାଡ଼ୁ ବିପକ୍ଷରେ ମ୍ୟାଚ୍‌ ଡ୍ର ରଖିଥିବା ଓଡ଼ିଶା ଦଳରେ ଏହି ୨ଟି ପରିବର୍ତ୍ତନ କରାଯାଇଛି । ୱିକେଟ ରକ୍ଷକ ସୌରଭ ରାୱତ ଓଡ଼ିଶାର ପ୍ରଥମ ୩ଟି ରଣଜୀ ଟ୍ରଫି ମ୍ୟାଚ୍‌ ଖେଳି ବିଫଳ ହେବା ପରେ ରାୱତଙ୍କୁ ଝାଡ଼ଖଣ୍ଡ ବିରୋଧରେ ଖେଳୁଥିବା ଓଡ଼ିଶା ୨୩ ବର୍ଷରୁ କମ୍‌ ଦଳରେ ସାମିଲ କରା ଯାଇଥିଲା । ଅନ୍ୟପକ୍ଷରେ ୨୩ ବର୍ଷରୁ କମ୍‌ ଦଳ ପାଇଁ ଚମକ୍ରାର ପ୍ରଦର୍ଶନ କରିଥିବା ୱିକେଟ ରକ୍ଷକ ରାଜେଶ ଧୁପରଙ୍କୁ ରଣଜୀ ଦଳରେ ସାମିଲ କରା ଯାଇଥିଲା । ରାଜ୍ୟ ବାହାରେ ଉପରୋକ୍ତ ୨ଟି ମ୍ୟାଚ୍‌ ଥିବାରୁ ଧୁପରଙ୍କ ସହ ୨ୟ ୱିକେଟ ରକ୍ଷକ ଭାବେ ରାୱତଙ୍କୁ ସାମିଲ କରାଯାଇଛି । ପୁଣି ଦଳରେ ୨ୟ ସ୍ପିନର ଆବଶ୍ୟକତା ଥିବାରୁ ପେସ୍‌ ବୋଲର ଆଲୋକ ମଙ୍ଗରାଜଙ୍କ ସ୍ଥାନରେ ଶୁଭମ୍‌ ନାୟକଙ୍କୁ ରଣଜୀ ଦଳକୁ ଫେରାଇ ଅଣାଯାଇଛି । ଆନ୍ଧପ୍ରଦେଶ ବିରୋଧରେ ଶୁଭମ୍‌ ତାଙ୍କ ରଣଜୀ ଜୀବନ ଆରମ୍ଭ କରିଥିଲେ ହେଁ ଭଲ ପ୍ରଦର୍ଶନ କରି ପାରିନଥିଲେ । ଓଡ଼ିଶା ରଣଜୀ ଦଳ: ଗୋବିନ୍ଦ ପୋଦ୍ଦାର (ଅଧିନାୟକ), ସନ୍ଦୀପ ପଟ୍ଟନାୟକ, ନଟରାଜ ବେହେରା, ଶାନ୍ତନୁ ମିଶ୍ର, ଶୁଭ୍ରାଂଶୁ ସେନାପତି, ବିପ୍ଲବ ସାମନ୍ତରାୟ, ରଣଜିତ ସିଂହ, ରାଜେଶ ଧୁପର ଓ ସୌରଭ ରାୱତ (ଉଭୟେ ୱିକେଟ ରକ୍ଷକ), ଧୀରଜ ସିଂହ, ବସନ୍ତ ମହାନ୍ତି (ଉପଅଧିନାୟକ), ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଶୁଭମ୍‌ ନାୟକ ଓ ଦୀପକ ବେହେରା । ପ୍ରଶିକ୍ଷକ: ଶିବସୁନ୍ଦର ଦାସ, ମ୍ୟାନେଜର: ଶିବପ୍ରସାଦ ତ୍ରିପାଠୀ, ଫିଜିଓ: ଶୁଭକାନ୍ତ ସାହୁ ଓ ଟ୍ରେନର: ମନୋଜ ବିଶ୍ୱାଳ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର