ଆଡୱାଣୀଙ୍କୁ ୧୭ତମ ବିଶ୍ୱ ଟାଇଟଲ୍‌

ଆଡୱାଣୀଙ୍କୁ ୧୭ତମ ବିଶ୍ୱ ଟାଇଟଲ୍‌

Copy Editor | Published On: Nov 13, 2017 05:49 AM IST |   168

ଦୋହା : ଆଇବିଏସ୍‌ଏଫ୍‌ ୱାଲର୍ଡ ବିଲିୟାର୍ଡ ଚମ୍ପିଆନସିପ୍‌ରେ ବିଜେତା ହୋଇଛନ୍ତି ଭାରତର ପଙ୍କଜ ଆଡୱାଣୀ । ଏହା ଆଡୱାଣୀଙ୍କ ୧୭ତମ ବିଶ୍ୱ ଟାଇଟଲ୍‌ । ୧୧ ଫ୍ରେମ୍‌ ବିଶିଷ୍ଟ ଫାଇନାଲରେ ଆଡୱାଣୀ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଇଂଲଣ୍ଡର ମାଇକ୍‌ ରସେଲ୍‌ଙ୍କୁ ୬-୨ (୦-୧୫୫, ୧୫୦-୧୨୮, ୯୨-୧୫୧, ୧୫୧-୦, ୧୫୧-୬, ୧୫୧-୦, ୧୫୦-୫୮, ୧୫୦-୨୧) ଫ୍ରେମ୍‌ରେ ପରାସ୍ତ କରିଥିଲେ । ପ୍ରଥମ ଫ୍ରେମ୍‌ରେ ଆଡୱାଣୀ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ସେ ଗୋଟିଏ ବି ପଏଣ୍ଟ ହାସଲ କରିନଥିବା ବେଳେ ରସେଲ୍‌ ଚମତ୍କାର ପ୍ରଦର୍ଶନ କରି ୧୫୫ ପଏଣ୍ଟ ହାସଲ କରି ପ୍ରଥମ ଫ୍ରେମ୍‌ରେ ବିଜୟୀ ହୋଇଥିଲେ । ଦ୍ୱିତୀୟ ଫ୍ରେମ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା । ତେବେ ପଙ୍କଜ ଦ୍ୱିତୀୟ ଫ୍ରେମ୍‌ର ଶେଷ ବେଳକୁ ଭଲ ପ୍ରଦର୍ଶନ କରି ୧୫୦-୧୨୮ ପଏଣ୍ଟରେ ବିଜୟୀ ହୋଇ ଖେଳକୁ ସମାନ ସ୍ତରକୁ ଆଣିଥିଲେ । ତୃତୀୟ ଫ୍ରେମ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ ମୂଳରୁ ଲଢ଼େଇ ବେଶ୍‌ ଜମିଥିଲା । ତେବେ ଶେଷଆଡକୁ ଆଡ଼ୱାଣୀଙ୍କ ଭୁଲ୍‌ର ସୁଯୋଗ ନେଇ ରସେଲ୍‌ ତୃତୀୟ ଫ୍ରେମ୍‌ରେ ବିଜୟୀ ହେବା ସହ ୨-୧ରେ ଅଗ୍ରଣୀ ହାସଲ କରିଥିଲେ । ଚତୁର୍ଥ ଫ୍ରେମ୍‌ରେ ଆଡୱାଣୀ ଫର୍ମକୁ ଫେରିଥିବା ବେଳେ ରସେଲ୍‌ ନୈରାଶ୍ୟଜନକ ପ୍ରଦର୍ଶନ କରି ଗୋଟିଏ ହେଲେ ପଏଣ୍ଟ ହାସଲ କରିବାରେ ବିଫଳ ହୋଇଥିଲେ । ଆଡୱାଣୀ ଏହି ଫ୍ରେମ୍‌କୁ ଅଚିରେ ୧୫୧-୦ ପଏଣ୍ଟରେ ଜିତି ଯାଇଥିଲେ । ପଞ୍ଚମ ଫ୍ରେମ୍‌ରେ ଆଡୱାଣୀ ନିଜ ଫର୍ମ ବଜାୟ ରଖିଥିଲେ । ତେବେ ରସେଲ୍‌ ଏହି ଫ୍ରେମ୍‌ରେ ମଧ୍ୟ ଭଲ ପ୍ରଦର୍ଶନ କରି ପାରିନଥିଲେ । ଆଡୱାଣୀ ସହଜରେ ପଞ୍ଚମ ଫ୍ରେମ୍‌ ଜିତି ୩-୧ରେ ଅଗ୍ରଣୀ ହାସଲ କରିଥିଲେ । ଷଷ୍ଠ ଫ୍ରେମ୍‌ରେ ଆଡୱାଣୀ ଏକତରଫା ଭାବେ ବିଜୟୀ ହୋଇଥିବା ବେଳେ ସପ୍ତମ ଓ ଅଷ୍ଟମ ଫ୍ରେମ୍‌ରେ ଆଡୱାଣୀ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହେବା ସହ ବିଶ୍ୱ ଟାଇଟଲ୍‌ ନିଜ ନାମରେ କରି ନେଇଥିଲେ । ସେମିରେ ଆଡୱାଣୀ ଭାରତର ଅନ୍ୟତମ ଖେଳାଳି ରୂପେଶ ଶାହାଙ୍କୁ ପରାସ୍ତ କରିଥିବା ବେଳେ ରସେଲ୍‌ ସିଙ୍ଗାପୁରର ପିଟର ଗିଲ୍‌ଖ୍ରୀଷ୍ଟଙ୍କୁ ପରାସ୍ତ କରିଥିଲେ । ସୂଚନାଥାଉକି ଗତବର୍ଷ ବେଙ୍ଗାଲୁରୁରେ ଖେଳାଯାଇଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ବିଲିୟାର୍ଡ ଚମ୍ପିଆନ୍‌ସିପ୍‌ରେ ମଧ୍ୟ ଆଡୱାଣୀ ବିଜେତା ହୋଇଥିଲେ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର