ହାଉସ ଅଫ୍‌ କମନ୍ସରେ ଉଦ୍‌ବୋଧନ ଦେବେ ଚନ୍ଦ୍ରଭାନୁ ଶତପଥୀ

ହାଉସ ଅଫ୍‌ କମନ୍ସରେ ଉଦ୍‌ବୋଧନ ଦେବେ ଚନ୍ଦ୍ରଭାନୁ ଶତପଥୀ

Copy Editor | Published On: Nov 13, 2017 05:38 AM IST |   265

ନୂଆଦିଲ୍ଲୀ : ଇଂଲଣ୍ଡର ସଂସଦ ହାଉସ୍‌ ଅଫ୍‌ କମନ୍ସରେ ଉଦ୍‌ବୋଧନ ଦେବା ପାଇଁ ଡ. ଚନ୍ଦ୍ରଭାନୁ ଶତପଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ୧୫ ତାରିଖରେ ସେ ସେଠାରେ ଦେଶର ସଂସଦ ଗୃହରେ ‘ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକତା’ବିଷୟବସ୍ତୁ ଉପରେ ଉଦ୍‌ବୋଧନ ଦେବେ । ଏହା ପୂର୍ବରୁ ୨୦୧୫ ଜୁନ୍‌ ୨୪ରେ ଶ୍ରୀ ଶତପଥୀ ଯୁକ୍ତରାଷ୍ଟ୍ର ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଐତିହାସିକ ପ୍ରାର୍ଥନା ସହ ସଦନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ଉତ୍ତର ପ୍ରଦେଶର ପୁଲିସ ମହାନିର୍ଦେଶକ ପଦରୁ ଅବସର ପରେ ଡ. ଶତପଥୀ ମାନବ କଲ୍ୟାଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଛନ୍ତି । ଇଂଲଣ୍ଡ ପାର୍ଲାମେଣ୍ଟରେ ଅଭିଭାଷଣ ପରେ ଡ. ଶତପଥୀ ସେଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର