ସୋମବାର ରାଶିଫଳ

ସୋମବାର ରାଶିଫଳ

Copy Editor | Published On: Nov 13, 2017 12:22 AM IST |   1880

ମେଷ: ଗୃହର ବାତାବରଣ ଶାନ୍ତ ରହିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । କର୍ମ ଚଞ୍ଚଳ ରହିବେ । ପର ଚର୍ଚ୍ଚାରୁ ବିରତ ରହିପାରନ୍ତି । ହଠାତ୍‌ କିଛି ଅର୍ଥ ମିଳିପାରେ । ଚଞ୍ଚଳ ଚେଷ୍ଟିତ ହେବେ । ସମ୍ମାନକୁ ଜଗି ଚଳନ୍ତୁ । ବୃଷ: ପୈତୃକ ସମ୍ପତ୍ତିକୁ ନେଇ ଅଶାନ୍ତ ଦେଖାଦେଇ ପାରେ । କାର୍ଯ୍ୟରେ ସଫଳତା ମିଳିବା କଷ୍ଟକର ହୋଇପାରେ । ଚିନ୍ତା ଦୂର ହେବ । ଶୁଭକାର୍ଯ୍ୟ କରିପାରନ୍ତି । ପାରିବାରିକ ସୁଖ ମିଳିବ । କୃଷିକ୍ଷେତ୍ରରୁ ଲାଭ ମିଳିବ । ମିଥୁନ: ବିବାଦରେ ଛନ୍ଦି ହୋଇପାରନ୍ତି । ତଥାପି ଆୟ ଉତ୍ତମ ଧରଣର ହେବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ଗୁରୁଜନଙ୍କ ଠାରୁ ଆଦର ମିଳିବ । ମୂଲ୍ୟବାନ ଦ୍ରବ୍ୟ କିଣିବେ । କର୍କଟ: ମନ ପ୍ରଫୁଲ୍ଲ ରହିବ । ଅଶାନ୍ତି ଦୂର ହେବ । ସାମାଜିକ ସ୍ତରରେ ସମ୍ମାନିତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗଯୋଗୁଁ କ୍ଳେଶ ଭୋଗ କରିପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟରେ ପରିବର୍ତ୍ତନ ଘଟିବ । ସିଂହ: ବେଳେବେଳେ ଅନ୍ୟ ମନସ୍କ ହୋଇପାରନ୍ତି । ଯେତିକି ପାଇବେ ସେତିକିରେ ସନ୍ତୁଷ୍ଟ ହେବେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଚିନ୍ତାଧାରା ମହାନ ହେବ । କନ୍ୟା: ସତର୍କତାର ସହ କାର୍ଯ୍ୟ କରିବେ । ନୀତିନିଷ୍ଠ ହୋଇପାରନ୍ତି । ବିଳାସ ବ୍ୟସନ ଓ ଆନନ୍ଦ ଉପଭୋଗ କରି ଖର୍ଚ୍ଚାନ୍ତ ହେବେ । ସ୍ୱାଭିମାନୀ ହୋଇପାରନ୍ତି । ମଧୁର ବଚନରେ ଅନ୍ୟମାନଙ୍କୁ ଭୁଲାଇ କାର୍ଯ୍ୟ ହାସଲ କରିବେ । ତୁଳା: ଭ୍ରାତୃବିବାଦ ସମାଧାନର ମାର୍ଗ ଉନ୍ମୁକ୍ତ ହେବ । ମୂଲ୍ୟବାନ ଦ୍ରବ୍ୟ ଲାଭ କରିପାରନ୍ତି । ସମ୍ମାନିତ ହେବେ । ସରକାରୀ ଅର୍ଥ ମିଳିବାର ସୂଚନା ପାଇବେ । ଜନ ସମର୍ଥନ ଲାଭ କରିବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ବିଛା: ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି । ଯଶସ୍ୱୀ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । କର୍ମ ତତ୍ପରତା ପ୍ରକାଶ ପାଇବ । କାର୍ଯ୍ୟରେ ସଫଳ ମିଳିବ । ସରକାରୀ ସ୍ତରରୁ ଲାଭବାନ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ଧନୁ: ଯେକୌଣସି ସୂତ୍ରରୁ ଅର୍ଥାଗମର ସୂଚନା ମିଳୁଛି । ଠକ ମାନଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ । ଅତ୍ୟଧିକ ପରିଶ୍ରମ କରି ଶାରୀରିକ କ୍ଳେଶ ଭୋଗ କରିପାରନ୍ତି । ଭାବିଚିନ୍ତି ପଦକ୍ଷେପ ନେବା ଉଚିତ୍‌ । ସମସ୍ତ କାର୍ଯ୍ୟ ଯୋଜନାଭୁକ୍ତ କରନ୍ତୁ । ମକର: ବିଶ୍ୱାସର ପାତ୍ର ହେବେ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଶତ୍ରୁ ବୃଦ୍ଧି ଘଟିପାରେ । ସମସ୍ତ କାର୍ଯ୍ୟ ସତର୍କତାର ସହ କରିବାକୁ ପଡ଼ିବ । ମାନସିକ ସ୍ତରରେ ଅଶାନ୍ତି ଦେଖା ଦେଇପାରେ; କେବଳ ଭାଗୁଆଳି ବ୍ୟବସାୟରୁ କିଛିଟା ଲାଭ ମିଳିବ । କୁମ୍ଭ: ନିଜ କର୍ମରୁ ଆନନ୍ଦ ପାଇବେ । ଭୋଜନ ରୁଚିକର ନ ହୋଇ ପାରେ । ତଥାପି ମନରେ ପ୍ରସନ୍ନତା ଆସିବ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ବ୍ୟବସାୟ ଅଧିକ ଲାଭଜନକ ହେବ । ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟିବ । ଗୃହ ସୁଖ ଅଛି । ମୀନ: ମନ ଚଞ୍ଚଳ ରହିବ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି । ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଧନଲାଭର ସୂଚନା ମିଳୁଛି । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟରୁ ଅଧିକ ଲାଭ ମିଳିବ ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର