ଭାରତୀ-ହର୍ଷଙ୍କ ବିବାହ

.

Published On: Nov 12, 2017 06:00 PM IST |   1958

କମେଡି କ୍ୱିନ୍‌ ଭାବେ ଖ୍ୟାତିଲାଭ କରିଥିବା ଭାରତୀ ସିଂହ ବହୁଦିନର ଚର୍ଚ୍ଚା ପରେ ଶେଷରେ ଶ୍ରୀମତୀ ହେବାର ତାରିଖ ଘୋଷଣା କରିଛନ୍ତି। ଆସନ୍ତା ଡିସେମ୍ବର ୩ତାରିଖରେ ହର୍ଷ ଲିମ୍ବାଚିୟାଙ୍କୁ ବିବାହ କରିବାକୁ ଯାଉଛନ୍ତି ଭାରତୀ। ଏହା ଜଣାଇବା ଲାଗି ବିବାହ ପୂର୍ବ ଫଟୋଶୁଟ୍‌ କରି ଏହାର ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ହର୍ଷ ମୋର ମନ ଚୋରି କରିଥିଲେ, ଏବେ ମୁଁ ତାଙ୍କ ସାଙ୍ଗିଆ ଚୋରି କରିବାକୁ ଯାଉଛି। ବାହାଘରରେ ପାଳିତ ହେବାକୁ ଥିବା ସମସ୍ତ ପରମ୍ପରାକୁ ନେଇ ଭାରତୀ ବେଶ୍‌ ଉତ୍ସୁକ। ସେଦିନ ଲାଗି ସେ ଓଜନ ଆଉ ଟିକେ କମ୍‌ କରିବା ପାଇଁ ଡାଏଟିଂ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଉଭୟଙ୍କୁ ଲୋକପ୍ରିୟ ଡ୍ୟାନ୍ସ ରିଅଲିଟି ଶୋ’ ‘ନଚ୍‌ବଲିଏ-୮’ରେ ବି ଦେଖିବାକୁ ମିଳିଥିଲା। ଭାରତୀ ‘ଦି କପିଲ ଶର୍ମା ଶୋ’ ଏବଂ ‘କମେଡି ନାଇଟ୍‌ସ’ରେ ଅଭିନୟ କରିସାରିଛନ୍ତି। ଜୁନ୍‌ ମାସରେ ଦୁଇଜଣଙ୍କର ନିର୍ବନ୍ଧ ହୋଇଥିଲା। ଭାରତୀଙ୍କ ଠାରୁ ହର୍ଷ ୭ବର୍ଷ ସାନ। ସେମାନଙ୍କର ମଜାଦାର ବାହାଘର କାର୍ଡଟିକୁ ପୁନିତ ଗୁପ୍ତା ଡିଜାଇନ୍‌ କରିଥିବା ବେଳେ ହନିମୁନ୍‌ ଲାଗି ଭାରତୀ ୟୁରୋପ ଯିବାକୁ ଭାବିଛନ୍ତି। ସେଠାରେ ୨୦-୨୫ ଦିନ ବିଭିନ୍ନ ସହର ବୁଲାବୁଲି କରିବା ଯୋଜନା କରିଛନ୍ତି ସେ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।