ଛୋଟ ଫଳ, ବଡ ଫାଇଦା

.

Published On: Nov 10, 2017 04:30 PM IST | Updated On: Nov 10, 2017 04:33 PM IST |   2310

 

ଅଁଳାରେ କ୍ୟାଲସିୟମ, ଫସ୍ପରସ୍, ଆୟରନ୍ ଏବଂ ଭିଟାମିନ୍-ବି ଭରପୁର ମାତ୍ରାରେ ରହିଥାଏ । ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବାରେ ଅଁଳାର ବିଶେଷ ମହତ୍ତ୍ଵ ରହିଛି । ସବୁଦିନ ଅଁଳା ଖାଇଲେ ବିଭିନ୍ନ ରୋଗରୁ ଉପାଶମ ମିଳିଥାଏ । ତେଣୁ ପ୍ରତିଦିନ ଭୋଜନ ତାଲିକାରେ ଅଁଳାକୁ ସାମିଲ କରନ୍ତୁ ।

 

୧. ପ୍ରତିଦିନ ସକାଳେ ଖାଲି ପେଟରେ ଅଁଳାକୁ ଖାଆନ୍ତୁ ।

୨. ଯଦି ଆପଣ ଖଟା ଖାଇବାକୁ ପସନ୍ଦ କରନ୍ତି ନାହିଁ, ତେବେ ଅଳ୍ପ ଲୁଣ ଦେଇ ଗରମ ପାଣିରେ ଅଁଳାକୁ ଫୁଟେଇ ଦିଅନ୍ତୁ। ଖଟା ପଣ ଦୂର ହେବା ସହ ଖାଇବା ସହଜ ହୋଇଥାଏ ।


୩. ଆପଣ ଚାହିଁଲେ ଅଁଳାକୁ ରାନ୍ଧିକି ଖାଇ ପାରିବେ । ଚିନି ବଦଳରେ ଗୁଡର ବ୍ୟବହାର କରି ଅଁଳାକୁ ରାନ୍ଧି ଖାଆନ୍ତୁ ।


୪. ଅଁଳାକୁ କାଟି ସେଥିରେ ଲୁଣ ଦେଇ ଖରାରେ ଶୁଖେଇ ଦିଅନ୍ତୁ, ପରେ ଏହାକୁ ଖାଆନ୍ତୁ ।


୫. ସକାଳେ ଅଁଳା ରସ ପିଇବା ଶରୀର ପାଇଁ ଲାଭକାରୀ ହୋଇଥାଏ ।


୬. ଅଁଳାରେ ଚଟଣୀ ପ୍ରସ୍ତୁତ କରି ଖାଇ ପାରିବେ ।


ଅଁଳା ଖାଇବାର ସୁଫଳ


୧. ଖାଲି ପେଟରେ ଏକ ଚାମଚ ଅଁଳା ରସ ସହ ମହୁ ମିଶାଇ ପିଇଲେ ଥଣ୍ଡା କାଶରୁ ଆରମ ମିଳେ ।

୨. ତିନି ଚାମଚ ଅଁଳା ରସ ସହ ପାଣି ମିଶାଇ କୁଳି କଲେ ମୁଖ ଜନିତ ରୋଗ ଦୂର ହୋଇଥାଏ ।


୩. ଅଁଳାରେ ଭରପୁର ମାତ୍ରାରେ ଫାଇବର ରହିଥାଏ । ପ୍ରତିଦିନ ନଖ ଉଷୁମ ପାଣିରେ ଅଁଳା ରସ ପିଇଲେ କୋଷ୍ଠକାଠିନ୍ୟରୁ ଉପଶମ ମିଳେ ।


୪. କେଶ ମଜଭୁତ ହେବା ସହ ଶୀଘ୍ର ପାଚି ନ ଥାଏ।


୫. ନିୟମିତ ଅଁଳା ରସ ସେବନ କରିବା ଆଖି ପାଇଁ ଲାଭଦାୟକ ହୋଇଥାଏ।


୬. ଅଁଳା ଦ୍ବାରା ମଧୁମେହ ରୋଗ ନିୟନ୍ତ୍ରଣ ରହିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । ଏହିପରି ଅନେକ ରୋଗରୁ ମୁକ୍ତି ମିଳେ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।