ପରଲୋକରେ ବିନୋଦ ନନ୍ଦ

ପରଲୋକରେ ବିନୋଦ ନନ୍ଦ

Copy Editor | Published On: Nov 09, 2017 10:17 PM IST |   617

ଭୁବନେଶ୍ୱର : ବିଶିଷ୍ଟ ସଙ୍ଗୀତକାର, ଗୀତିକାର, ଚଳଚ୍ଚିତ୍ର ସଂଳାପକାର, ଆଡ୍‌ ଚିତ୍ର ନିର୍ମାତା, ପ୍ରକାଶକ ବିନୋଦ ନନ୍ଦ ଆଉ ନାହାନ୍ତି । କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ତାଙ୍କର ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ୬୦ ବର୍ଷ ହୋଇଥିଲା । ତାଙ୍କର ପତ୍ନୀ, ପୁତ୍ର ଓ କନ୍ୟା ଅଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ‘ଚିହ୍ନା ଅଚିହ୍ନା’ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏଥିରେ ସେ କାହାଣୀ ରଚନା କରିଥିଲେ । ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ‘ଝୁମ୍‌କା ଟିକେ ତୁ ତ ହଲେଇ ଦେ’, ‘ଯାହାକୁ ମୁଁ ଏତେ ଭଲ ପାଉଚି’, ‘ପ୍ରିୟା ମୋର ଏକି କଲ’ ରଚନା କରି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତିଶୋଧ ଅପରାଧ ନୁହେଁ’ର ନିର୍ଦେଶକ ଓ କାହାଣୀକାର ଭାବେ ସେ କାର୍ଯ୍ୟ କରିବା ସହ ସେ ଏକାଧିକ ସଙ୍ଗୀତ ଆଲବମ୍‌ରେ ସ୍ୱର ସଂଯୋଜନା କରି ଶ୍ରୋତାଙ୍କୁ ପ୍ରଭାବିତ କରିଥିଲେ । ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ ‘ଘାଟ’ରେ ସେ ସଙ୍ଗୀତ ସଂଯୋଜନା କରିଥିଲେ । ତାଙ୍କ ସମ୍ପାଦନାରେ ପ୍ରକାଶିତ ଚଳଚ୍ଚିତ୍ର ପତ୍ରିକା ‘ଚିତ୍ରପରୀ’ ପାଠକ ମହଲରେ ବେଶ୍‌ ଆଦୃତ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର, ଦୂରଦର୍ଶନ ଓ ସଙ୍ଗୀତ ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର