ଜଗା ଖାଉଛି ଭାତ,ଡାଲି ଅଣ୍ଡା:କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

.

Published On: Nov 09, 2017 05:24 PM IST | Updated On: Nov 09, 2017 05:25 PM IST |   913

ଭୁବନେଶ୍ୱର: ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-କାଳିଆଙ୍କର ଅସ୍ତ୍ରୋପଚାର ହେବାପରେ ଜଗାର ସ୍ୱସ୍ଥ୍ୟବସ୍ଥାରେ ବେଶୀ ଉନ୍ନତି ଆସିଛି। ସେ ଏବେ ଭାତ , ଡାଲି , ଅଣ୍ଡା, ସୁପ ଓ ମହୁ ଖାଇବା ସହ ନିଜ ମାଆ କୋଳରେ ବସି ଗୀତ ଶୁଣୁଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

କାଳିଆର ସ୍ୱାସ୍ଥ୍ୟସ୍ଥାରେ ଉନ୍ନତି ଆସିଛି। ସେ ହାତ ଗୋଡ ହଲାଇବା ସହ ନ୍ୟୁରୋ ସର୍ଜରି ଆଇସିୟୁ ରୁ  ଆଇସିୟୁକୁ  ତାକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ ଉପରେ ବିଶେଷଜ୍ଞ ଡାକ୍ତରୀ ଦଳ ନଜର ରଖିବା ସହ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଛନ୍ତି । ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ପୂର୍ବ ଅପେକ୍ଷା  ଅଧିକ ଉନ୍ନତି ପରିଲକ୍ଷିତ ହେଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର