ରାଜ୍ୟରେ ଖୋଲିବ ନୂଆ ନର୍ସିଂ କଲେଜ

ଭିମ୍‌ସାର ଏବଂ ଏସ୍‌ସିବି ମେଡିକାଲ କଲେଜ କ୍ୟାମ୍ପସରେ ଆରମ୍ଭ ହେବ ଦୁଇ କଲେଜ

Copy Editor AH | Published On: Nov 09, 2017 04:00 PM IST |   697

ଭୁବନେଶ୍ୱର : ରାଜ୍ୟରେ ଆଉ ୨ଟି ନୂଆ ନର୍ସିଂ କଲେଜ ଖୋଲିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଗୁରୁବାର ଏହା ଘୋଷଣା କରିଛନ୍ତି। ଭିମ୍‌ସାର ଏବଂ ଏସ୍‌ସିବି ମେଡିକାଲ କଲେଜ କ୍ୟାମ୍ପସରେ ଏହି ଦୁଇ କଲେଜ ଆରମ୍ଭ ହେବ ମୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଏସ୍‌ସିବିରେ ଆରମ୍ଭ ହେବାକୁଥିବା କଲେଜରେ ବିଏସ୍‌ସି ନର୍ସିଂରେ ୧୦୦ ସିଟ୍‌ ରହିବ। ସେହିପରି ଭିମ୍‌ସାରରେ ହେବାକୁଥିବା କଲେଜରେ ୫୦ ବେସିକ ବିଏସ୍‌ସି ନର୍ସିଂ, ୨୫ ବିଏସ୍‌ସି ନର୍ସିଂ ଏବଂ ୨୫ ଏମଏସ୍‌ସି ନର୍ସିଂ ପାଠ୍ୟକ୍ରମ ପାଇଁ ସିଟ୍‌ ରହିବ। ଆସନ୍ତା ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ଦୁଇ ନର୍ସିଂ କଲେଜରେ ପାଠପଢ଼ା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।
Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।