ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୫% ମତଦାନ

.

Published On: Nov 09, 2017 03:01 PM IST | Updated On: Nov 09, 2017 06:00 PM IST |   708

ଶିମଳା: ହିମାଚଳ ପ୍ରଦେଶ ବିଧାନ ସଭା ପାଇଁ କରାଯାଉଥିବା ନିର୍ବାଚନରେ ମୋଟ ୬୫ ପ୍ରତିଶତ ମତଦାନ ହୋଇଛି। ଦ୍ୱିପହର ଦୁଇଟା ସୁଦ୍ଧା ୫୪.୦୯ ପ୍ରତିଶତ ମତଦାତା ନିଜର ମତଦାନ କରିଥିଲେ । ରାଜ୍ୟର ୬୮ଟି ବିଧାନସଭା ଆସନ ପାଇଁ ଗୁରୁବାରରେ ମତଗ୍ରହଣ କରାଯାଉଅଛି । ଏଥିରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦିତା ଚାଲିଛି । ବିଜେପି ପ୍ରେମ କୁମାର ଧୁମଲଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣ କରିଥିବା ବେଳେ କଂଗ୍ରେସ ବୀରଭଦ୍ର ସିଂଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛି ।

ସକାଳ ୮ଟା ବେଳେ ବିଭିନ୍ନ ମତଦାନ କେନ୍ଦ୍ରମାନଙ୍କରେ ମତଗ୍ରହଣ ଆରମ୍ଭ ହୋଇଥିଲା। ଦିନ ୧୦ଟା ସୁଦ୍ଧା ୧୩ ପ୍ରତିଶତ ମତଦାତା ମତଦାନ କରିଥିଲେ । ଦିନ ୧୨ଟା ସୁଦ୍ଧା ୨୮.୦୨% ମତଦାନ ହୋଇଥିଲା ।ଏବେ ବିଧାନସଭାରେ କଂଗ୍ରେସର ୩୫ ବିଧାୟକ ଥିବା ବେଳେ ବିଜେପିର ୨୮ ଜଣ ବିଧାୟକ ଅଛନ୍ତି , ୪ ଜଣ ସ୍ୱାଧୀନ ବିଧାୟକ ଥିବା ବେଳେ ଗୋଟିଏ ଆସନ ଖାଲି ପଡିଛି। ୧୯୮୫ ମସିହାଠାରୁ ରାଜ୍ୟରେ ବିଜେପି ଓ କଂଗ୍ରେସ ଥରକ ପରେ ଥରେ ନିର୍ବାଚନ ଜିତି ସରକାର ଗଠନ କରୁଛନ୍ତି ।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର