ଜନ୍ମ ଦିନ ପାଳିଲେ କିଙ୍ଗ୍ ଖାନ

ସୋସିଆଲ ମିଡିଆରେ ଫୋଟ ଭାଇରାଲ

Published On: Nov 02, 2017 04:25 PM IST | Updated On: Nov 02, 2017 04:54 PM IST |   1199

ବଲିଉଡ୍ର ବେତାଜ୍‌ ବାଦଶାହ ଶାହାରୁଖ ଖାନଙ୍କର  ନଭେମ୍ବର ୨ ତାରିଖ ଜନ୍ମ ଦିବସ କିଙ୍ଗ ଖାନ ରୂପେ ପରିଚିତ ଶାହରୁଖଙ୍କ ଦନ୍ମଦିନରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଜନ୍ମ ଦିବସ ଉପଲକ୍ଷେ ବଲିଉଡର ବହୁ ନାମୀଦାମୀ କଳାକାରମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶାହାରୁଖ ଖାନ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ପ୍ରତିବର୍ଷ ଭଳି  ଚଳିତ ବର୍ଷ ମଧ୍ୟ ତାଙ୍କ ସ୍ତ୍ରୀ ଗୌରୀ ଜନ୍ମ ଦିନ ପାର୍ଟି ଆୟୋଜନ କରିଛନ୍ତି ନଭେମ୍ବର ଏକ ତାରିଖ  ମଧ୍ୟରାତ୍ରିରେ ଶାହାରୁଖ ଖାନଙ୍କ ଜନ୍ମ ଦିନ ପାର୍ଟିରେ ବଲିଉଡର ବହୁ ଲୋକପ୍ରିୟ କଳାକାର ଯୋଗଦେଇଥିଲେ ଯାହାର ଫଟୋ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି

ଶାହାରୁଖ ୧୯୬୫ ମସିହାରେ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମର ପ୍ରଥମ ୫ ବର୍ଷ ମାଙ୍ଗାଲୋରରେ କଟିଥିଲା । ସେଠାରେ ଥିବା ବନ୍ଦରରେ ତାଙ୍କ ଅଜା ମୁଖ୍ୟ ଯନ୍ତ୍ରୀ ଭାବେ କାମ କରୁଥିଲେ । ଶାହରୁଖଙ୍କ ପିତା ଦିଲ୍ଲୀରେ ବିଭିନ୍ନ ପ୍ରକାରର ବ୍ୟବସାୟ କରୁଥିଲେ । ସେ ସେତେବେଳେ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଭଡାରେ ରହୁଥିଲେ। ପାଠ ପଢାରେ ବେଶ ଭଲ ଥିଲେ ଶାହାରୁଖ । ଏହା ସହ ବିଭିନ୍ନ ନାଟକରେ ସେ ଅଭିନୟ କରୁଥିଲେ ।

ଅଶୀ  ଦଶକ ଶେଷରେ ଶାହରୁଖ ଟିଭି ଦୁନିଆରେ ପାଦ ରଖିଥିଲେ । ତାଙ୍କ ଅଭିନୀତ ସର୍କସ ଧାରାବହିକ ବେଶ ଲୋକ ପ୍ରିୟତା ହାସଲ କରିଥିଲା । ୧୯୯୨ରେ ସେ ଦିଓ୍ୱାନା ସିନେମାରେ ଅବିନୟ କରିଥିଲେ । ଏହାପରେ ସେ ପଛକୁ ଫେରି ଚାହିଁ ନାହାନ୍ତି । ଅନେକ ହିଟ ସିନେମାରେ ସେ ଅଭିନୟ କରିଛନ୍ତି ।

୨୦୧୭ ମସିହାରେ ଶାହାରୁଖଙ୍କର ରଇସ୍‌ ଚଳଚିତ୍ର ମୁକ୍ତି ଲାଭ କରିଥିଲା ।ମାତ୍ର ଏହା ବେଶୀ ବ୍ୟବସାୟିକ ସଫଳତା ପାଇ ପାରି ନ ଥିଲା । ଜବ ହାରୀମେଟ ସେଜଲ ବି ବକ୍ସଅଫିସରେ ବେଶୀ ସଫଳ ହୋଇ ପାରି ନ ଥିଲା ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।