ସ୍ମୃତିର ଆଇନାରେ ଭିକାରୀ ବଳ

.

Published On: Nov 02, 2017 02:34 PM IST |   1055


ଓଡ଼ିଶାର କଳା ସଂସ୍କୃତିକୁ ପ୍ରଚାର ପ୍ରସାର କରାଇବାରେ ଭଜନ ସମ୍ରାଟ୍ ଭିକାରୀ ବଳଙ୍କ ଭୂମିକା ଅତୁଳନୀୟ । ଭିକାରୀ ବଳ ଯେମିତି ସରଳ ଥିଲେ, ସେମିତି ସୁନ୍ଦର ଓ ଶ୍ରୁତିମଧୁର ଥିଲା ତାଙ୍କ ସଙ୍ଗୀତର ପାବନ ମୂଚ୍ଛନା । ଚାହୁଁଚାହୁଁ ଏ ଭିତରେ ୭ ବର୍ଷ ବିତିଗଲାଣି। ଭଜନସମ୍ରାଟ ଭିକାରୀ ବଳ ୧୯୨୯ ମେ ୨୫ରେ ଜନ୍ମଗ୍ରହଣ କରିଥିଲେ। ୨୦୧୦ ନଭେମ୍ବର ୨ରେ ସେ ପ୍ରାଣ ହରାଇଥିଲେ। ଭିକାରୀ ବଳ ଯେମିତି ସରଳ ଥିଲେ, ସେମିତି ସୁନ୍ଦର ଓ ଶ୍ରୁତିମଧୁର ଥିଲା ତାଙ୍କ ସଙ୍ଗୀତର ପାବନ ମୂଚ୍ଛନା। ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ ସଙ୍ଗୀତ କ୍ଷେତ୍ରରେ ଏକନିଷ୍ଠ ସାଧନା, ଅମାୟିକ ବ୍ୟକ୍ତିତ୍ବ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ସୁଦୂର ଆମେରିକା, ଇଂଲଣ୍ଡ, ଜାପାନ ପ୍ରଭୃତି ବିଦେଶୀ ରାଷ୍ଟ୍ରରେ ସଙ୍ଗୀତ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଓଡ଼ିଶାର କଳା ସଂସ୍କୃତିକୁ ପ୍ରଚାର, ପ୍ରସାର କରାଇବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଜୀବନକୁ ଏକ ଆଧିଭୌତିକ ଚେତନାରେ ଉଦବୁଦ୍ଧ କରୁଥିବା ଭିକାରୀ ବଳଙ୍କ ସ୍ବର ଓ ସ୍ବାକ୍ଷର। ଆଜି ସେଇ ପୁଣ୍ୟାତ୍ମା ଭଜନ ସମ୍ରାଟ ଭିକାରୀ ବଳଙ୍କ ପୁଣ୍ୟତିଥିରେ ତାଙ୍କର ଅମର ଆତ୍ମା ଉଦ୍ଦେଶ୍ୟରେ ଗଭୀର ଭକ୍ତି, ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରୁଛି।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।