ମେରୀ ଦୁର୍ଗା

.

Published On: Oct 28, 2017 05:36 PM IST |   915

ନିର୍ଦେଶନାରୁ ପ୍ରଯୋଜନାରେ ପାଦ ଥାପି ଥିବା ରବୀନ୍ଦ୍ର ଗୌତମ୍‌ ଏବଂ ପ୍ରଯୋଜକ ପ୍ରଦୀପ କୁମାରଙ୍କ ବ୍ୟାନର ପେପର୍‌ ବ୍ୟାକ୍‌ ଫିଲ୍ମି ପକ୍ଷରୁ ପ୍ରସ୍ତୁତ ହୋଇଛି ଧାରାବାହିକ ‘ମେରୀ ଦୁର୍ଗା’ । ଧାବିକା ଭାବେ ନିଜକୁ ପ୍ରତିଷ୍ଠିତ କରିବାକୁ ଚାହୁଁଥିବା ଜଣେ ଗ୍ରାମୀଣ ଝିଅ ଦୁର୍ଗାର କାହାଣୀ ଉପରେ ଆଧାରିତ ଏହି ଧାରାବାହିକ । ଗ୍ରାମାଞ୍ଚଳର ସମସ୍ତ ଅସୁବିଧାକୁ ପଛରେ ପକାଇ କିଭଳି ଦୁର୍ଗା ନିଜ ଲକ୍ଷ୍ୟପଥରେ ଆଗକୁ ବଢୁଛି ତାହା ଏହି ଧାରାବାହିକର ମୁଖ୍ୟ ବିଷୟବସ୍ତୁ । ତେବେ ଏଥିରେ ପିତା ଏବଂ ପୁତ୍ରୀଙ୍କ ମଧ୍ୟରେ ଥିବା ସୁନ୍ଦର ଏବଂ ସମ୍ବେଦନଶୀଳ ସମ୍ବନ୍ଧକୁ ଉପସ୍ଥାନ କରାଯାଇଛି । ପିଅନ୍‌ ଭାବେ ଚାକିରି କରୁଥିବା ଜଣେ ପିତା ସ୍ବଳ୍ପ ଆୟ ସତ୍ତ୍ୱେ କିଭଳି ନିଜ କନ୍ୟାକୁ ସମାଜର ଅାଗ ଧାଡ଼ିରେ ଛିଡା କରାଇପାରୁଛନ୍ତି ତାହାକୁ ନିଜ ଅଭିନୟ ଦ୍ୱାରା ଜୀବନ୍ତ କରିପାରିଛନ୍ତି ଅଭିନେତା ଭିକି ଆହୁଜା (ଦୁର୍ଗାଙ୍କ ବାପା), ଅଭିନେତ୍ରୀ ଅନନ୍ୟା ଅଗ୍ରୱାଲ୍‌ (ଶିଶୁ ଦୁର୍ଗା) ଏବଂ ସୃଷ୍ଟି ଜୈନ୍‌ (ଯୁବତୀ ଦୁର୍ଗା) । ଟେଲିଭିଜନ୍‌ ଚ୍ୟାନେଲ୍‌ ଷ୍ଟାର୍‌ ପ୍ଲସ୍‌ରେ ସୋମବାରରୁ ଶନିବାର ସନ୍ଧ୍ୟା ୬ଟା ୩୦ ମିନିଟ୍‌ରେ ପ୍ରସାରିତ ହେଉଛି ଏହି ଧାରାବାହିକ ।

Tags:

Like Us

Breaking News

ପୁରୀ ରେଳ ଷ୍ଟେସନରେ ପୁରୀ-ତିରୁପତି ରେଳଗାଡିରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ, ବିସ୍ପୋରଣରେ ଗୋଟିଏ ବଗି କ୍ଷତି ଗସ୍ତ ସେଞ୍ଚୁରିଅନ୍‌ : ସେଞ୍ଚୁରିଅନ୍‌ ଟେଷ୍ଟରେ ଭାରତ ପରାସ୍ତ, ୧୩୫ ରନ୍‌ରେ ୨ୟ ଟେଷ୍ଟ ଜିତିବା ସହିତ ଦକ୍ଷିଣ ଆଫ୍ରିକା ୨-୦ରେ ସିରିଜ ବିଜୟୀ ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ ।