ବିରାଟ-ଅନୁଷ୍କାଙ୍କ ବିବାହ ଡିସେମ୍ବରରେ !

ବିରାଟ-ଅନୁଷ୍କାଙ୍କ ବିବାହ ଡିସେମ୍ବରରେ !

Copy Editor | Published On: Oct 25, 2017 03:12 AM IST |   3292

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କ ଦୀର୍ଘଦିନର ବାନ୍ଧବୀ ଅଭିନେତ୍ରୀ ଅନୁଷ୍କା ଶର୍ମା ଆସନ୍ତା ଡିସେମ୍ବରରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଏକ ଜାତୀୟସ୍ତରର ଖବରକାଗଜ ସୂତ୍ରରୁ ଜଣାପଡ଼ିଛି । ତେବେ କେଉଁ ତାରିଖରେ ବିବାହ ହେବ; ସେ ସଂପର୍କରେ କୌଣସି ନିଷ୍ପତ୍ତି ହୋଇନଥିବା ଖବରକାଗଜ ତରଫରୁ ଦର୍ଶାଯାଇଛି । ଡିସେମ୍ବରରେ ଭାରତୀୟ ଦଳ ଶ୍ରୀଲଙ୍କା ବିରୋଧରେ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ବ୍ୟକ୍ତିଗତ କାରଣ ଦର୍ଶାଇ କୋହଲି କେତେକ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ବିସିସିଆଇକୁ ଜଣାଇ ଦେଇଥିବାରୁ ଏହି ସମୟରେ ସେ ଅନୁଷ୍କାଙ୍କୁ ବିବାହ କରିବେ ବୋଲି ଆଶା କରାଯାଉଛି । ଗତ କିଛିବର୍ଷ ହେବ ବିରାଟ ଓ ଅନୁଷ୍କାଙ୍କ ମଧ୍ୟରେ ପ୍ରେମସଂପର୍କ ଗଢ଼ି ଉଠିଥିବା ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାଚାଲିଛି । ୨୦୧୩ରେ ଭାରତର ଇଂଲଣ୍ଡ ଗସ୍ତ ସମୟରେ କୋହଲିଙ୍କ ସହ ଅନୁଷ୍କା ସେଠାକୁ ଯାଇଥିଲେ । ତେବେ ୨୦୧୫ରେ ଉଭୟଙ୍କ ମଧ୍ୟରେ ସଂପର୍କ ତୁଟି ଯାଇଥିବା ନେଇ ଆଲୋଚନା ହୋଇଥିଲା । ସେତେବେଳେ କୋହଲି ଖରାପ ପ୍ରଦର୍ଶନ କରୁଥିବାରୁ ଏହାକୁ ନେଇ ଅନୁଷ୍କାଙ୍କୁ ଦାୟୀ କରିଥିଲେ କୋହଲିଙ୍କ ସମର୍ଥକ । ପରେ ଅବଶ୍ୟ ଉଭୟଙ୍କ ମଧ୍ୟରେ ସବୁ କିଛି ପୂର୍ବପରି ଚାଳିଥିଲା । କିଛିଦିନ ତଳେ ବିରାଟ-ଅନୁଷ୍କା ଏକ ପୋଷାକ କମ୍ପାନୀ ପାଇଁ ଏକାଠି ବିଜ୍ଞାପନ କରିଛନ୍ତି । ଏହି ବିଜ୍ଞାପନରେ ଉଭୟ ବିବାହକୁ ନେଇ ଆଲୋଚନା କରୁଥିବା ଦେଖାଯାଇଛି । ଅନୁଷ୍କାଙ୍କୁ ମାସରେ ୧୫ ଦିନ ରୋଷେଇ କରିବାକୁ ପଡ଼ିବ ବୋଲି କୋହଲି କହୁଥିବା ବେଳେ ଅନୁଷ୍କା ଏହାକୁ ଗ୍ରହଣ କରୁଥିବା ବିଜ୍ଞାପନରେ ଦର୍ଶାଯାଇଛି । ସେହିପରି ପରସ୍ପର ଆଜୀବନ ସାଥୀ ହୋଇ ରହିବାକୁ ପ୍ରତିଶ୍ରୁତି ଦେଉଥିବା ମଧ୍ୟ ଏଥିରେ ଦର୍ଶାଯାଇଛି । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବରରେ ବିରାଟ-ଅନୁଷ୍କା ବିବାହ ହେବ ବୋଲି ଆଲୋଚନା ହେଉଛି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର