ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଗିରିଜା ଦେବୀଙ୍କ ପରଲୋକ

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଗିରିଜା ଦେବୀଙ୍କ ପରଲୋକ

Copy Editor | Published On: Oct 25, 2017 02:17 AM IST | Updated On: Oct 25, 2017 02:17 AM IST |   812

କଲକାତା : ଲବ୍ଧପ୍ରତିଷ୍ଠିତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଗିରିଜା ଦେବୀଙ୍କର ମଙ୍ଗଳବାର ରାତିରେ ହୃଦଘାତରେ ପରଲୋକ ହୋଇଛି । ମ୍ୟତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ଅପରାହ୍ଣରେ ତାଙ୍କୁ ବିଏମ୍‌ ବିର୍ଲା ହାର୍ଟ ରିସର୍ଚ୍ଚ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ମାତ୍ର ରାତି ପ୍ରାୟ ୮ଟା ୪୫ରେ ତାଙ୍କର ପରଲୋକ ହୋଇଥିଲା । ୧୯୨୯ ମେ ୮ରେ ବନାରସର ଏକ ଜମିଦାର ପରିବାରରେ ସେ ଜନ୍ମ ଗ୍ରହଣ କରିଥିଲେ । ଶାସ୍ତ୍ରୀୟ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୭୨ରେ ତାଙ୍କ ପଦ୍ମଶ୍ରୀ, ୧୯୮୯ରେ ପଦ୍ମ ଭୂଷଣ ଓ ୨୦୧୬ରେ ପଦ୍ମ ବିଭୂଷଣ ପୁରସ୍କାର ମିଳିଥିଲା । ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି ।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର