ରାଜ୍ୟର୧୫ ଜିଲାର ୭୦ ବ୍ଲକ୍‌ରେ ମରୁଡ଼ି: ମୋଟ ୩.୨୩ ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ

.

Published On: Oct 24, 2017 10:58 PM IST | Updated On: Oct 24, 2017 10:58 PM IST |   214

ବଲାଙ୍ଗିରରେ ସର୍ବାଧିକ ୧୪ ବ୍ଲକ୍‌ର ୩୧୭ ପଞ୍ଚାୟତ

୧୧୨୫ ପଞ୍ଚାୟତର ୬୦୧୫ ଗାଁ ପ୍ରଭାବିତ         

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଛି ଜିଲାପାଳଙ୍କ ରିପୋର୍ଟ  । ଚଳିତ ବର୍ଷ ରାଜ୍ୟର ୧୫ ଜିଲାର ୭୦ବ୍ଲକ୍‌ରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି ଓ ୩.୨୩ ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି ବୋଲି ୧୫ ଜିଲାର ଜିଲାପାଳ ରିପୋର୍ଟ ଦେଇଛନ୍ତି  । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତିଯେ ବିିଭିନ୍ନ ଜିଲାରୁ ମରୁଡ଼ି ସଂକ୍ରାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କ ହସ୍ତଗତ ହୋଇଛି  । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ତାହାକୁ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ ହେବ ଏବଂ ଆସନ୍ତା ୨୭ ତାରିଖରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ମିଳିଥିବା ରିପୋର୍ଟ ଯେପରି ତ୍ରୁଟିଶୂନ୍ୟ ରହିବ ସେଥିପାଇଁ ତାହାର ପୁନଃତର୍ଜମା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି  । ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚିଥିବା ରିପୋର୍ଟ ଅନୁସାରେ ୧୧୨୫ଟି ପଞ୍ଚାୟତର ୬୦୧୫ ଗାଁ ସ ୧୧ଟି ପୌରାଞ୍ଚଳର ୮୪ଟି ୱାର୍ଡ଼ ଚଳିତ ବର୍ଷ ମରୁଡ଼ିରେ ପ୍ରଭାବିତ ହୋଇଛି  । ୧.୪୪ ଲକ୍ଷ ହେକ୍ଟର ଜମିରେ ୩୩%ରୁ ୫୦% ପର୍ଯ୍ୟନ୍ତ ଫସଲ ନଷ୍ଟ ହୋଇଥିବାବେଳେ ୧.୭୧ ଲକ୍ଷ ହେକ୍ଟର ଜମିରେ ୫୦%ରୁ ଊଦ୍ଧ୍ୱର୍ ଫସଲ ନଷ୍ଟ ହୋଇଛି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲାରେ ସର୍ବାଧିକ ୧୪ଟି ବ୍ଲକ୍‌ର ୩୧୭ ପଞ୍ଚାୟତର ୧୭୧୯ ଗାଁ ଏବଂ ୫ଟି ପୌରାଞ୍ଚଳର ୫୯ଟି ୱାର୍ଡ଼ ପ୍ରଭାବିତ ହୋଇଛି । ଏହି ଜିଲାର ମୋଟ ୧.୦୬ଲକ୍ଷ ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି  । ଅନୁରୂପ ଭାବରେ ଦ୍ୱିତୀୟ କ୍ଷତିଗ୍ରସ୍ତ ଜିଲା ହେଉଛି ବରଗଡ଼ । ଏହି ଜିଲାରେ ୧୦ଟି ବ୍ଲକ୍‌ର ୧୮୨ ପଞ୍ଚାୟତ ଅନ୍ତର୍ଗତ ୯୩୦ ଗାଁ ଓ ୨ଟି ପୌରାଞ୍ଚଳର ୩ଟି ୱାର୍ଡ଼ ମରୁଡ଼ି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି  । ବରଗଡ଼ ଜିଲାରେ ମୋଟ ୮୮,୭୭୦ ହେକ୍ଟର ଜମିର ଫସଲ ନଷ୍ଟ ହୋଇଥିବା ଆକଳନ କରାଯାଇଛି  । ସେହିପରି ଢ଼େଙ୍କାନାଳ ଜିଲାରେ ୮ଟି ବ୍ଲକ୍‌ ର ୧୬୬ ପଞ୍ଚାୟତ ଅନ୍ତର୍ଗତ ୭୧୬ ଗାଁ, ସମ୍ବଲପୁରର ୬ଟି ବ୍ଲକ୍‌ର ୬୩ ପଞ୍ଚାୟତ ଅନ୍ତର୍ଗତ ୪୮୮ ଗାଁ, ନୂଆପଡ଼ାରେ ୫ଟି ବ୍ଲକର ୧୩୧ଟି ପଞ୍ଚାୟତର ୬୨୯ ଗାଁ ପ୍ରଭାବିତ ହୋଇଛି  । ବୌଦ୍ଧ ଜିଲାରେ ୩ଟି ବ୍ଲକ୍‌ର ୬୧୩ ରାଜସ୍ୱ ଗ୍ରାମର ଫସଲ ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି  ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।