ଅବସାଦ ଦୂର କରିବା ପାଇଁ ଯୋଗ କରୁଛନ୍ତି କପିଲ ଶର୍ମା

.

Published On: Oct 23, 2017 07:18 PM IST |   1511

କିଛି ମାସ ତଳେ ଟେଲିଭିଜନ ଜଗତରେ ସବୁଠୁ ଚର୍ଚ୍ଚିତ କଳାକାର ଭାବେ ଜଣାଯାଉଥିବା କପିଲ ଶର୍ମାଙ୍କ ସମ୍ପର୍କରେ ବର୍ତ୍ତମାନ ସେଭଳି କୌଣସି ଖବର ଶୁଣାଯାଉନାହିଁ। ସାଥୀ କଳାକାରଙ୍କ ସହ ବିବାଦ ପରେ ତାଙ୍କ କାର୍ଯ୍ୟକ୍ରମର ଲୋକପ୍ରିୟତା ହ୍ରାସ ପାଇବା ପରେ ମାନସିକ ଅବସାଦର ଶିକାର ହୋଇଥିଲେ କପିଲ। ଡାକ୍ତର ସେଥିପାଇଁ ପରାମର୍ଶ ଦେଇଥିଲେ କିଛିଦିନ ବିଶ୍ରାମ ନେବାକୁ। ନିକଟରେ ସଲମାନ୍ ଖାନଙ୍କ ଦୀପାବଳି ପାର୍ଟିରେ ଯୋଗଦେଇଥିଲେ କପିଲ। ଆଗାମୀ ଚଳଚ୍ଚିତ୍ର ‘ଫିରଙ୍ଗି’ ପାଇଁ ଖୁବ୍ ବ୍ୟସ୍ତ ଥିବାର କହି ଗଣମାଧ୍ୟମ ନିକଟରୁ ବିଦାୟ ନେଇଥିଲେ ସେ। କପିଲଙ୍କ ଘନିଷ୍ଠ ବନ୍ଧୁଙ୍କ କହିବାନୁସାରେ କ୍ୟାରିୟରରେ ଉପର-ତଳ ହେବା ସ୍ବାଭାବିକ। କପିଲଙ୍କ ପରିସ୍ଥିତି ବର୍ତ୍ତମାନ ସେହିପରି। ତେବେ ସେ ଜଣେ ଉଦାର ବ୍ୟକ୍ତି, ଏଥିରେ ଦ୍ବିମତ ହେବାର ନାହିଁ। ୨୦୦୭ରେ ଟେଲିଭିଜନ ଜଗତରେ ପାଦ ଥାପିଥିବା ଏହି କଳାକାରଜଣକ ଖୁବ୍ ପରିଶ୍ରମ କରି ଲୋକପ୍ରିୟ ହୋଇପାରିଥିଲେ। ହେଲେ ନିଜର ସାମାନ୍ୟ ଭୁଲ କାରଣରୁ ବିବାଦରେ ଛନ୍ଦି ହୋଇପଡ଼ିଥିଲେ କପିଲ। ଅବସାଦଗ୍ରସ୍ତ ହେବା ପରେ ନିୟମିତ ଭାବେ ଯୋଗ କରି ମନକୁ ଶାନ୍ତ କରିଥିବାର ସେ ଏକ ସାକ୍ଷାତକାରରେ କହିଥିଲେ। କିଛିଦିନ ତଳେ କପିଲଙ୍କ ମା’ ଏକ ସାକ୍ଷାତକାରରେ କହିଥିଲେ, ମୋ ପୁଅ ତା’ ଭୁଲ୍ ପାଇଁ ପ୍ରାୟଶ୍ଚିତ୍ତ କରୁଛି। ଈଶ୍ବର ତାକୁ ନିଶ୍ଚୟ ଆଶୀର୍ବାଦ ଦେବେ।

Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର