ଗଜରାଜଙ୍କ ମୃତ୍ୟୁର ରାଜ୍‌

.

Published On: Oct 23, 2017 05:41 PM IST | Updated On: Oct 23, 2017 05:44 PM IST |   337

ଝାରସୁଗୁଡା: ରାଜ୍ୟରେ ହାତୀଙ୍କର ମୃତ୍ୟୁ ଏବେ ଚିନ୍ତାର କାରଣ ହୋଇଛି। ସୋମବାରରେ ଝାରସୁଗୁଡାରେ ୨ଟି ହାତୀଙ୍କର ମୃତ୍ୟୁ ହୋଇଛି। ବିଦ୍ୟୁତ ଆଘାତରେ ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଉ ଏକ ହାତୀ ଗାତରେ ଖସି ପଡି ମୃତ୍ୟୁ ମୁଖରେ ପଡିଛି। ୨୦୧୬-୧୭ରେ ମୃତ୍ୟୁ ବରଣ  କରିଥିବା ହାତୀଙ୍କ ସଂଖ୍ୟା ୭୭ ।

ହାତୀମାନଙ୍କ ସଂରକ୍ଷଣ ପାଇଁ  ୧୪ଟି ହାତୀ କରିଡର ବିକାଶ କରିବା ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିଲେ । ଏଥିରେ ବିଶେଷ କିଛି ସଫଳତା ମିଳିନି । କଚ୍ଛପ ଗତିରେ ଏହି କରିଡର ବିକଶିତ ହେଉଛି।

ଝାରସୁଗୁଡାରେ ମୃତ୍ୟୁ ମୁଖରେ ପଡିଥିବା ହାତୀମାନଙ୍କର ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରାଯାଇଛି। ଜଙ୍ଗଲମାନଙ୍କର ପର୍ୟ୍ୟାପ୍ତ ପରିମାଣର ଖାଦ୍ୟ ମିଳୁ ନ ଥିବାରୁ ଓ ଜଙ୍ଗଲର ସୀମା ସଙ୍କୁଚିତ ହେଉଥିବାରୁ ହାତୀମାନେ ଜନ ବସତି ମୁହାଁ ହେଉଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ପରିସଂଖ୍ୟାନ ଅନୁସାରେ ଗତ ୫ ବର୍ଷରେ ୪୩୫ଟି ହାତୀ ମୃତ୍ୟୁ ମୁଖରେ ପଡିଛନ୍ତି । ଏହି ସମୟରେ ହାତୀ ଆକ୍ରମଣରେ ୩୯୬ ଜଣଙ୍କର ମୃତ୍ୟୁ ହୋଇଛି।

 ହାତୀ ସଂରକ୍ଷଣ ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସରକାରୀ ସଂଖ୍ୟାଠାରୁ ଅଧିକ ହାତୀ ମରିଥିବା ଦାବି କରିଛନ୍ତି । ୫ଶହରୁ ଅଧିକ ହାତୀ ଗତ ୫ ବର୍ଷ ମଧ୍ୟରେ ମୃତ୍ୟୁ ବରଣ କରିଥିବା ଏମାନେ ପ୍ରକାଶ କରିଛନ୍ତି । ହାତୀଙ୍କ ବିଷ ଦେଇ ମାରି ଦେଉଥିବା ଏମାନେ ଦାବି କରିଛନ୍ତି । ବାକି ଗାତରେ ପଡି କି ବିଦ୍ୟୁତ ଆଘାତରେ ହାତୀଙ୍କର ମୃତ୍ୟୁ ହେଉଥିବା ଏମାନେ ପ୍ରକାଶ କରିଛନ୍ତି । ହାତୀମାନଙ୍କର ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ବନ୍ୟ ଜନ୍ତୁଙ୍କ ସଂରକ୍ଷଣ ପାଇଁ କାମ କରୁଥିବା ସ୍ୱେଚ୍ଛା ସେବୀ ବିଶ୍ୱଜିତ ମହାନ୍ତି ପ୍ରକାଶ କରିଛନ୍ତି । ସେ ଏହାକୁ ରୋକା ଯିବା ଉପରେ ଜୋର ଦେଇଛନ୍ତି । ଯେଉଁ ସ୍ଥାନରେ ହାତୀ ଓ ମଣିଷ ମୁହାଁ ମୁହିଁ ହେଉଛନ୍ତି ତାହା ବନ୍ଦ ହେବା ଦରକାର ବୋଲି ପ୍ରକାଶ କରିଛନ୍ତି ।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।