ରେକର୍ଡ ଅଭିମୁଖେ ‘ଗୋଲମାଲ ଏଗେନ୍‌’ ଓ ’ ସିକ୍ରେଟ୍‌ ସୁପରଷ୍ଟାର’

ରେକର୍ଡ ଅଭିମୁଖେ ‘ଗୋଲମାଲ ଏଗେନ୍‌’ ଓ ’ ସିକ୍ରେଟ୍‌ ସୁପରଷ୍ଟାର’

Copy Editor | Published On: Oct 23, 2017 06:01 AM IST |   2264

ମୁମ୍ବଇ : ଦୀପାବଳି ଅବସରରେ ରିଲିଜ ହୋଇଥିବା ଦୁଇ ଦୁଇଟି ଫିଲ୍ମ ଅଜୟ ଦେବଗନ୍‌ଙ୍କ ‘ଗୋଲମାଲ ଏଗେନ୍‌’ ଓ ଅମିର ଖାନଙ୍କ ‘ସିକ୍ରେଟ୍‌ ସୁପରଷ୍ଟାର’ ବକ୍ସ ଅଫିସରେ ଭଲ ଆୟ କରୁଥିବା ଦେଖିବାକୁ ମିଳୁଛି । ସମ୍ପୂର୍ଣ୍ଣ ମନୋରଂଜନ ଧର୍ମୀ ଫିଲ୍ମ ‘ଗୋଲମାଲ୍‌ ଏଗେନ’ ଆୟ ଦୃଷ୍ଟିରୁ ଚଳିତ ବର୍ଷର ସବୁଠାରୁ ଭଲ ଫିଲ୍ମ ସାବ୍ୟସ୍ତ ହୋଇଥିବା ବେଳେ ସିକ୍ରେଟ୍‌ ସୁପରଷ୍ଟାର ୩ ଦିନରେ ୨୪କୋଟି ଆୟ କରିଛି । ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ‘ଗୋଲମାଲ୍‌ ଏଗେନ୍‌’ ବକ୍ସ ଅଫିସରେ ହିଟ୍ ହୋଇଥିବାରୁ ସେ ବେଶ ଖୁସି। ‘ଗୋଲମାଲ୍‌ ଏଗେନ୍‌’ରେ ଅଜୟ ଦେବଗନ୍‌,ତବୁ ,ପରିଣୀତି ଚୋପ୍ରା ,ଅରସାଦ୍‌ ଓ୍ଵାରସୀ ,ତୁଷାର କପୁର ଏବଂ ଶ୍ରେୟସ ତଲପଡ଼େ ପ୍ରମୁଖ ଅଭିନୟ କରିଛନ୍ତି। ଫିଲ୍ମ ସଂପର୍କରେ ରୋହିତ କହିଛନ୍ତି ଯେ ଦିନେ ଲେଖକ-ନିର୍ଦ୍ଦେଶକ ନୀରଜ ଭୋରା ତାଙ୍କୁ ଏହି ସିନେମାର ସ୍କ୍ରିପ୍ଟ ଶୁଣାଇଥିଲେ। ଏସଂପର୍କରେ ସେ ତାଙ୍କର ଘନିଷ୍ଠ ବନ୍ଧୁ ଅଜୟ ଦେବଗନ୍‌ଙ୍କୁ କହିଲେ। ଅଜୟ ଆଗେଇବାକୁ କହିଲେ ଏବଂ ଗୋଲମାଲ୍‌ ସିରିଜର ପ୍ରଥମ ସିନେମାର କାମ ଆରମ୍ଭ ହୋଇଥିଲା। ଅନ୍ୟ ପକ୍ଷରେ ସିକ୍ରେଟ୍‌ ସୁପରଷ୍ଟାରକୁ ଦର୍ଶକ ବେଶ ପସନ୍ଦ କରୁଥିବା ବେଳେ ଫିଲ୍ମ କ୍ରିଟିକ୍ସ ମଧ୍ୟ ଏହାର ପ୍ରଶଂସା କରୁଛନ୍ତି । ପ୍ରଥମ ଦିନରେ ଏହି ଫିଲ୍ମ ମାତ୍ର ୪ କୋଟି ଆୟ କରିଥିବା ବେଳେ ଧିରେ ଧିରେ ଏହାର ଆୟ ବୃଦ୍ଧି ପାଇଛି। ତେଣୁ ଅଧିକ ସମୟ ଧରି ଏହା ଆହୁରି ଅଧିକ ଆୟ କରିବ ବୋଲି ଆଶା କରାଯାଉଛି।
Tags:

Like Us

Breaking News

ପୁରୀ: ଫେସବୁକରେ ଭିଡିଓ ଅପଲୋଡ୍ କରି ଯୁବକଙ୍କ ଆତ୍ମହତ୍ୟା ଘଟଣାରେ, ପତ୍ନୀ ଓ ପ୍ରେମିକ ଗିରଫ ଭୁବନେଶ୍ୱରରେ ଗୁଳିମାଡ ; ଖଣ୍ଡଗିରିର ଏକ ଘରୋଇ ହସ୍ପିଟାଲ କର୍ମଚାରୀଙ୍କୁ ଗୁଳିମାଡ କରି ୫ ଦୁର୍ବୃତ୍ତ ଫେରାର । ଡି-ବ୍ରଦର୍ସଙ୍କ ଡିସଚାର୍ଜ ପିଟିସନ ଏସଡିଜେଏମଙ୍କ କୋର୍ଟରେ ଖାରଜ । ୩ଟି ମାମଲାରେ ଦୋଷମୁକ୍ତ କରିବାକୁ ଆବେଦନ କରିଥିଲେ । ଯୁବତୀଙ୍କ ଭିଡିଓ ଭାଇରାଲ ହେବା ଘଟଣାରେ ୨ ଅଭିଯୁକ୍ତ ଗିରଫ; ଅନ୍ୟ ଜଣେ ଫେରାର