୧୮ରୁ ୨୧ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ଅବପାତରେ ପରିଣତ ହେବା ନେଇ ଆଶଙ୍କା

Published On: Oct 17, 2017 05:56 PM IST | Updated On: Oct 17, 2017 06:08 PM IST |   4052

 କଟକ: କେନ୍ଦ୍ରୀୟ   ଓ ଦକ୍ଷିଣ ପୂର୍ବ  ବଙ୍ଗୋପ ସାଗର ରେ ସୃଷ୍ଟ  ଲଘୁଚାପ ଏବେ ଅବପାତର ରୂପ ନେଉଛି। ଏହା ଧୀରେ ଧୀରେ ଉତ୍ତର ଆନ୍ଧ୍ର ଉପକୂଳ ଆଡକୁ ଗତି କରୁଛି। ଏହା ଅବପାତରେ ପରିଣତ ହେବାପରେ   ବାତ୍ୟାର ରୂପ ନେବ କି ନାହିଁ ସେ ବିଷୟରେ ପାଣି ପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ତେବେ ସମୁଦ୍ର ମଧ୍ୟରେ ଏହା ଏବେ ଶକ୍ତି ସଂଗ୍ରହ କରୁଛି। ୧୮ ତାରିଖରୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।

୧୯ ତାରିଖ ଆଡକୁ ସମଗ୍ର ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ।  ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ଆଡକୁ ମୁହାଁଇବ । ୧୯ ତାରିଖରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ଅଭ୍ୟନ୍ତରୀଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।  ସାରା ରାଜ୍ୟରେ ୧୯ ତାରିଖରେ ବର୍ଷା ସମ୍ଭାବନା ରହିଛି।  ଏହି ସମୟରେ ଉପକୂଳ ଓଡିଶାରେ ପବନର ଗତି ବୃଦ୍ଧି ପାଇବା ସହ ଘଣ୍ଟାକୁ ପ୍ରାୟ ୪୫ କିଲୋମିଟର ବେଗରେ ପବନ ବହିପାରେ । ଏହି ସମୟରେ ମତ୍ସଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ  ନ ଯିବା ପାଇଁ ସର୍ତକ ସୂଚନା ଜାରି କରାଯାଇଛି । ୨୦ ତାରିଖରେ ଉପକୂଳ ଓଡିଶା ସହ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୧ ତାରିଖରୁ ବର୍ଷା ପରିମାଣ କମିବ  ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ କରାଯାଇଛି।

Tags:

Like Us

Breaking News

ସୁନ୍ଦରଗଡ଼ : ତଲସରା ଥାନା ଅଧୀନ ଅନ୍ତର୍ଗତ ମୁଖ୍ୟ ରାସ୍ତା ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡ଼ି ଧକ୍କାରେ ଦୁଇ ମୃତ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୨୬/୩, ମୁରଲୀ ବିଜୟ, କେ.ଏଲ ରାହୁଲ ଏବଂ କୋହଲି ଆଉଟ । ସେଞ୍ଚୁରିଅନ୍‌ : ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାରତ ପାଇଁ ବିଜୟ ନିମନ୍ତେ ଧାର୍ଯ୍ୟ ଲକ୍ଷ ୨୮୭ ରନ୍ ର ପିଛା କରି ଭାରତ ୧୬/୨। ସେଞ୍ଚୁରିଅନ୍‌ : ଭାରତ- ଦକ୍ଷିଣ ଆଫ୍ରିକା ୨ୟ ଟେଷ୍ଟରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୨୮୭, ଦକ୍ଷିଣ ଆଫ୍ରିକା ୨ ଇନିଂସରେ୨୫୮ ରନରେ ଅଲ ଆଉଟ ।