ଭାରତରେ ପହଞ୍ଚିଲେ ନ୍ୟୁଜିଲାଣ୍ଡ ଖେଳାଳି

୨୨ରେ ପ୍ରଥମ ଦିନିକିଆ

Copy Editor | Published On: Oct 13, 2017 08:10 PM IST |   1264

ମୁମ୍ବଇ : ଭାରତ ବିରୋଧରେ କ୍ରିକେଟ୍‌ ସିରିଜ୍‌ ଖେଳିବା ନିମନ୍ତେ ନ୍ୟୁଜିଲାଣ୍ଡର ୯ଜଣ ଖେଳାଳି ଏଠାରେ ଆସି ପହଞ୍ଚିଛନ୍ତି । ଦଳର ବରିଷ୍ଠ ବ୍ୟାଟସମ୍ୟାନ୍‌ ରସ୍‌ ଟେଲର ଭାରତରେ ପହଞ୍ଚିବା ପରେ ଟ୍ୱିଟ୍‌ କରି ନିଜ ଖୁସିବ୍ୟକ୍ତ କରିଛନ୍ତି । ଭାରତ ବିରୋଧରେ କ୍ରିକେଟ୍‌ ସିରିଜ୍‌ ଖେଳିବା ନିମନ୍ତେ ନ୍ୟୁଜିଲାଣ୍ଡର ୯ଜଣ ଖେଳାଳି ପହଞ୍ଚିଥିବା ବେଳେ ବାକି ୬ଜଣ ଖେଳାଳିଙ୍କୁ ନ୍ୟୁଜିଲାଣ୍ଡ ଏ’ ଦଳରୁ ମନୋନୀତ କରାଯିବ । ନ୍ୟୁଜିଲାଣ୍ଡଏ’ ଦଳ ବର୍ତ୍ତମାନ ଭାରତ ଏ’ ଦଳ ବିରୋଧରେ ମ୍ୟାଚ୍‌ ଖେଳୁଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ଆସନ୍ତା ୨୨ରେ ମୁମ୍ବଇଠାରେ, ଦ୍ୱିତୀୟ ଦିନିକିଆ ୨୫ରେ ପୁଣେ ଠାରେ ଓ ତୃତୀୟ ଦିନିକିଆ କାନପୁର ଠାରେ ୨୯ରେ ଖେଳାଯିବ । ଏହାପରେ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ୱେଣ୍ଟି-୨୦ ସିରିଜ୍‌ ଖେଳାଯିବ । ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ବୋର୍ଡ ସଭାପତି ଏକାଦଶ ବିରୋଧରେ ଆସନ୍ତା ୧୭ ଓ ୧୯ରେ ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶନିବାର ଠାରୁ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି