ଯୌତୁକ ଉତ୍ପୀଡନ ଧାରା ‘୪୯୮-ଏ’ ପୁନର୍ବିଚାର ହେବା ଆବଶ୍ୟକ : ସୁପ୍ରିମକୋର୍ଟ

ଯୌତୁକ ଉତ୍ପୀଡନ ଧାରା ‘୪୯୮-ଏ’ ପୁନର୍ବିଚାର ହେବା ଆବଶ୍ୟକ : ସୁପ୍ରିମକୋର୍ଟ

Sr. Copy Editor2 | Published On: Oct 13, 2017 08:02 PM IST |   165

ନୂଆଦିଲ୍ଲୀ : ଦେଶରେ ଯୌତୁକ ଉତ୍ପୀଡନ ରୋକିବାକୁ ଅନେକ ଆଇନ ରହିଥିଲେ ମଧ୍ୟ ତାକୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରିନି । ଏଥିପାଇଁ ଅନେକ ଆଇନ ଏବଂ ଧାରା ରହିଥିଲେ ମଧ୍ୟ ତାର ଦୁରୂପଯୋଗ ହେଉଥିବା ନେଇ ମଧ୍ୟ ଅନେକ ଅଭିଯୋଗ ରହିଛି । ଯୌତୁକ ଉତ୍ପୀଡନ ପାଇଁ ଥିବା ୪୯୮-ଏ ଧାରାକୁ ନେଇ ଏହାର ଅନେକ ଦୁରୂପଯୋଗ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି । ତେଣୁ ଏହି ଧାରା ଏବଂ ଏହାର ବିଭିନ୍ନ ଦିଗକୁ ପୁଣି ଥରେ ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହି ଧାରା ମୁତାବକ ପୀଡିତାଙ୍କ ସ୍ୱାମୀ ଏବଂ ଅନ୍ୟ ପରିଜନଙ୍କୁ ତୁରନ୍ତ ଗିରଫ କରାଯିବାର ନିୟମ ରହିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି ଅଦାଲତ ଏଭଳି ନିର୍ଦେଶ ସହ ସହମତ ନୁହନ୍ତି । ଅଦାଲତ ନିୟମକାନୁନ ପ୍ରସ୍ତୁତ କରନ୍ତି ନାହିଁ ବରଂ ତାର ସୁରକ୍ଷା ଓ କାର୍ଯ୍ୟକାରିତା ଓ ପ୍ରଣୟନ ଦିଗରେ କାର୍ଯ୍ୟ କରନ୍ତି ବୋଲି ସେ କହିଛନ୍ତି । ଏହାଛଡା ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ରାଷ୍ଟ୍ରୀୟ ମହିଳା ଆୟୋଗକୁ ନୋଟିସ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଏହାର ଉତ୍ତର ଉପସ୍ଥାପନ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ,ବାରତୀୟ ଦଣ୍ଡ ସଂହିତା ଧାରା ୪୯୮-ଏ ଦୁରୂପଯୋଗ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଗତ ଜୁଲାଇରେ ଏକ ନିର୍ଦେଶନାମା ଜାରି କରିଥିଲେ । ଏହାସହ ପ୍ରତି ଜିଲ୍ଲାରେ ପରିବାର କଲ୍ୟାଣ ସମିତି ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । କୌଣସି ଯୌତୁକ ଉତ୍ପୀଡନ ମାମଲାରେ ସମିତି ରିପୋର୍ଟ ନଆସିବା ପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଏହାଛଡା ଏହି କାମରେ ସ୍ଥାନୀୟ ନାଗରିକ ସଂଗଠନକୁ ସାମିଲ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ । ଏହି ସମିତିରେ ତିନି ଜଣ ସଦସ୍ୟ ରହିବା ଆବଶ୍ୟକ ଏବଂ ଜିଲ୍ଲା ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଏହାର ସମୀକ୍ଷା ହେବା ମଧ୍ୟ ଆବଶ୍ୟକ । ଏହାଛଡା ସମିତିରେ ଆଇନ ବିଶାରଦ,ସମାଜସେବୀ,ଅବସରପ୍ରାପ୍ତ ଅଧିକାରୀ ଏବଂ ସେମାନଙ୍କ ପତ୍ନୀଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯାଇ ପାରିବ ଏବଂ ସେମାନଙ୍କୁ ସାକ୍ଷୀ ଭାବରେ ଉପସ୍ଥାପନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ତାଙ୍କ ନିର୍ଦେଶରେ କହିଥିଲେ । ଧାରା ୪୯୮-ଏ ମୁତାବକ ପୁଲିସ କିମ୍ବା ଅଦାଲତକୁ ପହଞ୍ଚୁଥିବା ଅଭିଯୋଗକୁ ସମିତି ପାଖକୁ ପଠାଇ ଦିଆଯିବ । ଏକ ମାସ ମଧ୍ୟରେ ସମିତି ଯାଞ୍ଚ ରିପୋର୍ଟ ଦାଖଲ କରିବେ ଏବଂ ସେତେ ଦିନ ପର୍ଯ୍ୟନ୍ତ କୌଣସି ଅଭିଯୁକ୍ତକୁ ଗିରଫ କରାଯାଇପାରିବ ନାହିଁ । ରିପୋର୍ଟ ଆସିବା ପରେ ତାକୁ ଯାଞ୍ଚ ଅଧିକାରୀ କିମ୍ବା ବିଚାରପତି ତର୍ଜମା କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି ।
Tags:

Like Us

Breaking News

ସୁୂର୍ଣ୍ଣପୁର: ଅଜଣା ଗାଡି ଧକ୍କାରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ବନ୍ଦ ଡାକରା ସମୟରେ ଜଣଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ଅବପାତ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା, ଆସନ୍ତା ୨୪ ଘଣ୍ଟା ଲାଗି ରହିବ ବର୍ଷାର ପ୍ରଭାବ ବାଲେଶ୍ୱର ବାଣ ବିସ୍ପୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି